ମା ବଜ୍ରଶୁଣି ଙ୍କ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ଯଜ୍ଞତି

ର୍ତ୍ତୋଲ:ଜଡତିରା ଗ୍ରାମପଞ୍ଚାୟତ ର ଜଡତିରା ଗ୍ରାମରେ ପ୍ରତିଷ୍ଠିତ ଅଧିଷ୍ଠାତ୍ରୀ ଗ୍ରାମ ଦେବତୀ ମା ବଜ୍ରଶୁଣି ଙ୍କ ବାର୍ଷିକ ପ୍ରତିଷ୍ଠା ଦିବସ ଓ ବିଶ୍ୱଶାନ୍ତି ଯଜ୍ଞ ବିବିଧ ମାଙ୍ଗଳିକ ଅନୁଷ୍ଠାନ ସହିତ ସମାପ୍ତ ହୋଇଛି।ମା ଙ୍କ ଚଳନ୍ତି ପ୍ରତିମାଙ୍କୁ ନେଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା, କଳସ ଶୋଭାଯାତ୍ରା ରେ ପୁଣ୍ୟତୋୟା ମହାନଦୀ ରୁ ପବିତ୍ର ଜଳ ଆସି ଘଟ ସ୍ଥାପନ, ବିଶ୍ୱଶାନ୍ତି କାମନାକରି ଘୃତାହୁତି,ଅଖଣ୍ଡ ଅଷ୍ଟପ୍ରହର ନାମ, ଗୀତା ଯଜ୍ଞ, ନଗରସଂକୀର୍ତନ, ଦଧିଖେଳ, ହରିହାଟ,ଅନ୍ନଯଜ୍ଞ, ମା ଙ୍କ ଷୋଡଶ ଉପଚାର ପୂଜା,ମାର୍ଜନା ପୁଷ୍ପାଞ୍ଜଳି ପ୍ରଦାନ ପ୍ରଭୁତି କାର୍ଯ୍ୟକ୍ରମ

ଦୀର୍ଘ ତିନିଦିନ ଅହୋରାତ୍ର ଚାଲୁରହି ଉଦଯାପିତ ହୋଇଛି।ଏହି କର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀଙ୍କ ସମେତ ଶିଳ୍ପ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ବାଇଁ ଯୋଗଦେଇ ମାତୃକୃପା ଲାଭକରିଥିଲେ।ଜାଜ୍ଞିକ ପଣ୍ଡିତ ବ୍ରାହ୍ମଣ ଙ୍କ ଦ୍ଵାରା ପୂଜା ଯଜ୍ଞ ବିଧିମତେ ସମ୍ପନ୍ନ ହୋଇଥିଲା।ଜଡ଼ତିରା ସମସ୍ତ ଆବାଳ ବୃଦ୍ଧ ବନିତା ସକ୍ରିୟ ସହଯୋଗ କରିଥିଲେ।ସମଗ୍ର ଅଂଚଳ ଆଧ୍ୟାତ୍ମିକତା ଭରିଯାଇଥିଲା।

Leave a Reply

Your email address will not be published. Required fields are marked *