ସୁଡୁକୁମ୍ପା ପଞ୍ଚାୟତରେ ଜନ୍ମହେଲା ମାଁ ବ୍ୟାଘ୍ରଦେବୀ ଯୁବକ ସଙ୍ଘ
ଫୁଲବାଣୀ:ନିପ୍ର:-0୪/୧୦ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ସୁଡୁକୁମ୍ପା ପଞ୍ଚାୟତର ନୁଆଁସାହି ଗ୍ରାମରେ ଜନ୍ମ ହେଲା ମାଁ ବ୍ୟାଘ୍ରଦେବୀ ଯୁବକ ସଙ୍ଘ l ୬୦ ରୁ ଉର୍ଦ୍ଧ ଏହି ଯୁବକ ସଂଘରେ ସଦସ୍ୟ ରହିଥିବା ବେଳେ ଅନୁସୂଚିତ ଜାତି ଜନଜାତି ଙ୍କୁ ନେଇ ଉକ୍ତ ଯୁବକ ସଙ୍ଘ ଗଠନ ହୋଇଥିବା ଜଣାପଡ଼ିଛି l ଏହି ଯୁବକ ସଙ୍ଘର ସ୍ବେଛାକୃତ କାର୍ଯ୍ୟ ଗୁଡ଼ିକୁ ଦେଖି ଅଞ୍ଚଳର ଭୁଦ୍ଧିଜୀବୀ ମାନେ ପ୍ରଶଂସା କରିବା ସହିତ ସ୍ୱାଗତ କରିଛନ୍ତି l ଯୁବକ ସଂଘରେ ମୂଖ୍ୟ ଉପଦେଷ୍ଠା ଭାବେ ସମାଜସେବୀ ବୈଦ୍ୟନାଥ ବେହେରା ରହିଥିବା ବେଳେ ସଭାପତି ସୁନାପାଣି ବେହେରା,ଉପ-ସଭାପତି ଦେବେନ୍ଦ୍ର ବେହେରା,କାର୍ଯ୍ୟକାରୀ ସଭାପତି ସୁବାସ ବେହେରା,ସାଧାରଣ ସମ୍ପାଦକ କୁମୁଦ ବେହେରା,ସହ-ସମ୍ପାଦକ ଆଲୋକ କୁମାର ବେହେରା,କୋଷାଧକ୍ଷ ବରୁଣ ବେହେରା ଓ ମଳୟ ରଞ୍ଜନ ବେହେରା,ଉପଦେଷ୍ଠା ଭାବେ ପ୍ରକାଶ ବେହେରା,ବାବୁଲା ବେହେରା,ପରମାନନ୍ଦ ବେହେରା,ଅଖିଳ ବେହେରା ରହିଥିବା ବେଳେ ଆଉ ଅନ୍ୟ ସମସ୍ତେ କାର୍ଯ୍ୟକାରିଣୀ ସଦସ୍ୟଭାବେ ରହିଛନ୍ତି l ମୂଖ୍ୟ ଉପଦେଷ୍ଠା ବୈଦ୍ୟନାଥ ବେହେରା ଙ୍କୁ ନେତୃତ୍ୱରେ ଗଠନ ହୋଇଥିବା ଏହି ଯୁବକ ସଙ୍ଘର ଅଭୁମୁଖ୍ୟ ଏକ Target ପୂର୍ଣ୍ଣ ରହିଥିବା ଓ ଭିନ୍ନ ପ୍ରୟାସ ବୋଲି ଜଣାପଡ଼ିଛି l ସଂଘର ସମସ୍ତଙ୍କ ନିଷ୍ପତି ପ୍ରକାରେ ଯାହା ଜାଣିବାକୁ ମିଳିଛି ତାହାହେଲା ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦେବାସହିତ,ଜନସଚେତନା ଉପରେ ଗୁରୁତ୍ୱ,ସମାଜସେବା ଉପରେ ଗୁରୁତ୍ୱ, ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ରହିବ l ସେହିଭଳି ସରକାରୀ କାର୍ଯ୍ୟକ୍ରମ ଉପରେ ସ୍ବେଛାକୃତ ସହଯୋଗର ହତ ବଢ଼ାଇବ ବୋଲି ସଙ୍ଘ ପକ୍ଷରୁ ସୂଚନା ମିଳିଛି l ଗତ ସେପ୍ଟେମ୍ବର ମାସ ୨୩ ତାରିଖରେ ସୁଡୁକୁମ୍ପା ଠାରେ ଏକ ଭିନ୍ନକ୍ଷମ ସାମର୍ଥ ଶିବିର ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମାଁ ବ୍ୟାଘ୍ରଦେବୀ ଯୁବକ ସଙ୍ଘ ସକ୍ରିୟଭାବେ ଅଂଶଗ୍ରହଣ କରି ସମ୍ପୂର୍ଣ ସହଯୋଗ କରି ନିଜର ଭୂମିକା ଦେଖାଇ କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହିତ ସଫଳ କରି ପ୍ରଶଂସନୀୟ ହୋଇ ଚର୍ଚ୍ଚାରେ ରହିଛି l ସଙ୍ଘ ଜନ୍ମନେଇ ପ୍ରଥମେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲା l ସଂଘର ଅଭୁମୁଖ୍ୟ କୁ ସମସ୍ତ ଜନସାଧାରଣ ଙ୍କ ଦୃଷ୍ଟି ଗୋଚରକୁ ଆଣିବା ପର୍ଯ୍ୟନ୍ତ ଟିକିଏ ବିଳମ୍ବ ହୋଇପାରେ କିନ୍ତୁ ଏଥିପାଇଁ ସଂଗ୍ରାମ ନିଶ୍ଚିତ ଜାରି ରହିବ ବୋଲି ସଭାପତି ସୁନାପାଣି ବେହେରା ପ୍ରକାଶ କରୁଛନ୍ତି l ଏହି ସଙ୍ଘ ପରିବାରେ ଥିବା ସମସ୍ତ ସଦସ୍ୟ ସକ୍ଷିତ,ସରଳ,ନିର୍ଭିକ, ନିଷ୍ଠାପର,ପରୋଉପକାରୀ ଓ ନିସ୍ଵାର୍ଥପର ଅଟନ୍ତି, କିନ୍ତୁ ସମସ୍ତେ ଗରିବ ଶ୍ରେଣୀର ତଥାପି ସେମାନଙ୍କ ମନ ହୃଦୟ ବହୁତ ବଡ଼ ଏବଂ ସ୍ୱାଭିମାନ ତେଣୁ ଅର୍ଥବଳର ଅଭାବ ଯୋଗୁଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିବାରେ କଷ୍ଟ ଲାଗୁଛି l ତଥାପି ବାହୁବଳରେ ସମସ୍ତ କାର୍ଯ୍ୟକୁ ସଫଳ କରିବାରେ ସଙ୍ଘ ପ୍ରୟାସ ନିଶ୍ଚିତ ଜାରିରଖିବ ସଂଘର ଉପସଭାପତି ଦେବେନ୍ଦ୍ର ବେହେରା ପ୍ରକାଶ କରିଛନ୍ତି l ସମାଜରେ ଭାଇଚାରା ସୃଷ୍ଟି କରିବା ପାଇଁ ଆମ ସଙ୍ଘ ପ୍ରଥମେ ଶାନ୍ତି ଶୃଙ୍ଖଳା ବଜାୟୀ ରଖିବ ଓ ସଂଘର ସାମ୍ନାକୁ କ୍ଷୁର୍ଣ କରିବନାହିଁ ସମସ୍ତଙ୍କ ଦୁଃଖ ସୁଖରେ ସହାଭାଗିତା ରହି ଅଞ୍ଚଳର ବିଭିନ୍ନ ସମସ୍ୟକୁ ଜିଲ୍ଲା ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରିବ ବୋଲି ଉପଦେଷ୍ଠା କମିଟିର ୬ ଜଣ ସଦସ୍ୟ ପ୍ରକାଶ କରିଛନ୍ତି l ନିରୀହ ଅସହାୟ ଲୋକଙ୍କ ନିକଟରେ ନିଜର ସାହାଯ୍ୟ ସହଯୋଗ ପହଞ୍ଚାବା କ୍ଷେତ୍ରରେ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ କରିବା ପର୍ଯ୍ୟନ୍ତ ସଂଗ୍ରାମ କରିବ ବୋଲି କାର୍ଯ୍ୟକାରୀ ସଭାପତି ସୁବାସ ବେହେରା ସମେତ ସମସ୍ତ ସଦସ୍ୟ ଗଣମାଧ୍ୟମ ଆଗରେ ନିଜର ମତ ପ୍ରକାଶ କରୁଛନ୍ତି l ହେଲେ ସଙ୍ଘ ପ୍ରତି ଜିଲ୍ଲା ପ୍ରଶାସନର ସହଯୋଗର ଆବଶ୍ୟକତା ଜରୁରୀ ମନେକରି ଆଗାମୀ ସମୟକୁ ଅପେକ୍ଷା କରିବାକୁ ସମସ୍ତ ଜନସାଧାରଙ୍କୁ ମାଁ ବ୍ୟାଘ୍ରଦେବୀ ଯୁବକ ସଙ୍ଘ ନିବେଦନ କରୁଛି l
