ବିଭିନ୍ନ ମଣ୍ଡପରେ ପୂଜା ପାଇଲେ ମା ଧନଦାତ୍ରୀ

ରଘୁନାଥପୁର ୮/୧0 ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ଆଖପାଖ ଅଞ୍ଚଳରେ ଗତ ସୋମବାର ଠାରୁ ବିଭିନ୍ନ ମଣ୍ଡପରେ ଵିଧି ବିଧାନରେ ଧନଦାତ୍ରୀ ମା ଲଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିବାବେଳେ ମଙ୍ଗଳବାର ବଡ ପୂଜା ସମ୍ପନ୍ନ ହୋଇଛି। ରଘୁନାଥପୁର ବ୍ଲକର ଗୋଠିଣା, ଗାରୁଆଳ, ବରାଗୋଳ, ସାନତିହଡା, ପାଣ୍ଡିଆସାହି, ତରିକୁନ୍ଦ, ବଡତିହଡା, ଚାନ୍ଦପୁର, ତାରପୁର, ଗୁଆଲିପୁର, ଅଢେଇକୁଳ ସହ ବିଭିନ୍ନ ଗ୍ରାମ ଓ ବଜାରରେ ମାଙ୍କ ପୂଜା ଯଥାବିଧିରେ ଚାଲିଥିବାବେଳେ , ସେହିପରି ରଘୁନାଥପୁର ନିକଟସ୍ଥ ସର୍ବପୁରାତନ ଲଷ୍ମୀ ପୂଜା ସିଂହାରପୁର ପଞ୍ଚାୟତ ନବାପାଟଣା ରେ ବହୁ ଯାକଜମକରେ ୩0ମଣ୍ଡପରେ ମାଙ୍କ ପୂଜା ଚାଲିଛି ଓ ଅୟର ଗ୍ରାମରେ ମଧ୍ୟ ମା ଙ୍କ ପୂଜା କରାଯାଉଛି .। ସମସ୍ତ ମଣ୍ଡପରେ ଆଲୋକ ସଜା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *