ଖୋର୍ଦ୍ଧା ସହରରେ ମୋଟ 38 ଟି ପୂଜା ମଣ୍ଡପରୁ ମା ଗଜଲକ୍ଷ୍ମୀ ମେଲାଣି ନେଉଛନ୍ତି
ଭସାଣୀ ଶୋଭା ଯାତ୍ରା ରେ ସାଗର ଦୁଲଣିଖୋର୍ଦ୍ଧା ସହରରେ ମୋଟ 38 ଟି ପୂଜା ମଣ୍ଡପରୁ ମା ଗଜଲକ୍ଷ୍ମୀ ମେଲାଣି ନେଉଛନ୍ତି । ମହା ସମାରୋହ ରେ ଗୋଟିକ ପରେ ଗୋଟିଏ ସୁ ସଜ୍ଜିତ ମେଢ଼ ରେ ମା ସହର ପରିକ୍ରମା କରି ମେଲାଣି ନେଉଛନ୍ତି। ହଜାର ହଜାର ଭକ୍ତ ଙ୍କ ସମାଗମ ମଧ୍ୟ ରେ ମା ଦର୍ଶନ ଦେଇ ଆଶୀର୍ବାଦ ଢାଳୁଛନ୍ତି। ପୋଲିସ ପ୍ରଶାସନ ଶୃଙ୍ଖାଲାର ସହ ପରିସ୍ଥିତିକୁ ନିୟନ୍ତ୍ରଣ କରୁଛି। ବାଘନାଚ , ଘୋଡ଼ାନାଚ, ମାଦଳ , ଢୋଲ ଓ ଘଣ୍ଟ ନାଦରେ କମ୍ପି ଉଠୁଛି ଖୋର୍ଦ୍ଧା ସହର । ବିଶେଷ ଆକର୍ଷଣ ଥିଲା ସାଗର ଦୁଲଣି , ଗଜଲକ୍ଷ୍ମୀ ପୂଜା କମିଟିର ଚାନ୍ଦି ମୁକୁଟ ସହ ପିତଳର ମେଢ଼ । , ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଶୃଙ୍ଖଳାର ସହ ମାଙ୍କୁ ପାଛୋଟି ନେଉଥିଲେ ଭସାଣୀ ସ୍ଥଳ କୁ ଯାହା ଥିଲା ଅତ୍ୟନ୍ତ ମନୋରମ ।
