ମାଆ ଗଜଲକ୍ଷ୍ମୀ ବ୍ୟବସାୟୀ ସଂଘ ତରଫରୁ ଆନନ୍ଦ ଉଲ୍ଲାସର ସହିତ ଗଜଲକ୍ଷ୍ମୀ ପୂଜା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଆ ଗଜଲକ୍ଷ୍ମୀ ବ୍ୟବସାୟୀ ସଂଘ ତରଫରୁ ଆନନ୍ଦ ଉଲ୍ଲାସର ସହିତ ଗଜଲକ୍ଷ୍ମୀ ପୂଜା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ।
ପୁରୀ ଷ୍ଟେସନ ରୋଡ ଜୟୀ ରାଜଗୁରୁ ଛକ ଠାରେ ମାଆ ଗଜଲକ୍ଷ୍ମୀ ବ୍ୟବସାୟୀ ସଂଘ ତରଫରୁ ମହା ଆଡମ୍ବରରେ ପୂଜା ଏବଂ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ରୂପେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ,ସମ୍ମାନିତ ଅତିଥିରୁପେ ପୂର୍ବତନ କାଉନସିଲର ଏନ ବଳରାମ ରେଡି ,ମାନସ ଲେଙ୍କା,ବାବୁଲା ପ୍ରସାଦ,ପି ରାଜାରମ, ବରିଷ୍ଠ ଆଇନଜୀବୀ ବିଜୟ ମିଶ୍ର,ସମାଜ ସେବୀ ରମେଶ ବେହେରା,ଭାସ୍କର ରେଡି ଉପସ୍ଥିତ ଥିଲେ।ଏବଂ ସଂଘ ର ସଭାପତି ରଞ୍ଜନ ମହାପାତ୍ର, ସମ୍ପାଦକ ଆଲୋକ କୁମାର ସାହୁ,ପ୍ରସନ୍ନ ସାହୁ,ରାଜେଶ ନନ୍ଦ, ଭରତ ସାହୁ, ସି କ୍ରୀଷ୍ଣା ରେଡି,କାର୍ତ୍ତିକ ପ୍ରଧାନ,ସତ୍ୟଜିତ ପାତ୍ର, ସନ୍ତୋଷ ବାରିକ,ସନ୍ତୋଷ ଦାସ,ସଞ୍ଜିତ ସାହୁ,ବେଣୁଧର ସାହୁ,ପି ଶଙ୍କର ରାଓ ଏବଂ ଗାୟକ ରୂପେ ଏମ କିରଣ ରେଡି ଭଜନ ଗାନ କରି ସ୍ରୋତା ମାନଙ୍କ ମନ ମୁଗ୍ଧ କରିଥିଲେ।ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ସୁଚାରୁ ରୁପେ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।
