ଏପ୍ରିଲ ଏକରୁ ତରାପୁର ମା ହିଙ୍ଗୁଳାଙ୍କ ୯୦ତମ ମହାଯଜ୍ଞୋତ୍ସବ

ଏପ୍ରିଲ ଏକରୁ ତରାପୁର ମା ହିଙ୍ଗୁଳାଙ୍କ ୯୦ତମ ମହାଯଜ୍ଞୋତ୍ସବ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନଗର ପଂଚାୟତ ତରାପୁର ଗ୍ରାମର ଆରାଧ୍ୟା ଦେବୀ ଅଗ୍ନି ସ୍ୱରୂପିଣି ମା ହିଙ୍ଗୁଳାଙ୍କ ୯୦ତମ ମହାଯଜ୍ଞୋତ୍ସବ ଆସନ୍ତା ଅପ୍ରେଲ ମାସ ୧ ତାରିଖରୁ ୯ ଦିନ ବ୍ୟାପି ଅନୁଷ୍ଠିତ ହେବ l

ଏନେଇ ରବିବାର ଏକ ଖବରଦାତା ସମ୍ମିଳନୀ କରି ଆଂଚଳିକ ହିଙ୍ଗୁଳା କମିଟି ତରାପୁର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l ତେବେ ଚଳିତ ବର୍ଷ ଅପ୍ରେଲ ମାସ ୧ ତାରିଖ ବୁଧବାର ଦିନ ମହାମାୟୀ ଜଗତଜନନୀ ମା ହିଙ୍ଗୁଳାଙ୍କ ଶୁଭାଧିବାସ ସ୍ଥାପନ, ଅଙ୍କୁରାରୋପଣ ଏବଂ ଘଟସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି l ୨ ତାରିଖ ଗୁରୁବାର ରେ ମହାଯଜ୍ଞୋତ୍ସବ, ଅଖଣ୍ଡ ନାମଯଜ୍ଞର ଶୁଭାଧିବାସ ସ୍ଥାପନ କରାଯିବା ସହିତ ସ୍ଥାନୀୟ ଏବଂ ଆଗନ୍ତୁକ ଭକ୍ତମାନଙ୍କ ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର କାର୍ଯ୍ୟକ୍ରମ କମିଟି ପକ୍ଷରୁ ଆୟୋଜନ କରାଯାଇଛି l ସେହିପରି ୩ ତାରିଖ ଶୁକ୍ରବାର ମହାଯଜ୍ଞ ଅନୁଷ୍ଠିତ ହେବା ସହିତ ଏହି ଦିନ ସ୍ବୟଂ ମା ଆବିର୍ଭୂତା ହେବେ ଏବଂ ସ୍ବତଃ ଅଗ୍ନି ପଣା ହାଣ୍ଡିରେ ଘୋଡ଼ା ହୋଇଥିବା ପାଟରେ ସଂଯୋଗ ହେବା ସହିତ ନାମ ସଂକୀର୍ତ୍ତନ, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାଟକ ପରିବେଷଣର କାଯ୍ୟକ୍ରମ ରହିଛି । ୪ ତାରିଖ ଶନିବାରରେ ସମାନ କାଯ୍ୟକ୍ରମ ରହିବ । ସେହିପରି ୫ ତାରିଖ ରବିବାର ରାତ୍ର ୪ ଘଟିକାରେ ମହାଯଜ୍ଞର ପୂର୍ଣ୍ଣାହୁତି ଦିଆଯିବା ସହିତ ନାମ ସଂକୀର୍ତ୍ତନରେ ଖଣ୍ଡ ମଣ୍ଡଳ ପ୍ରକମ୍ପିତ ହେବା ସହ ପ୍ରଭାତରେ ଯଜ୍ଞ ଚରୁ ବଣ୍ଟନ କରାଯିବା ପରେ ସନ୍ଧ୍ୟାରେ ନାଟକ ପରିବେଷଣ କରାଯିବ । ସେହିପରି ୬ ତାରିଖ ସୋମବାର ନାମଯଜ୍ଞ କମିଟି ଏବଂ ଭକ୍ତମାନଙ୍କ ଉପସ୍ଥିତିରେ ନଗର ପରିକ୍ରମା କରାଯିବା ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି। ଏହି ଦିନ ଆଂଚଳିକ ହିଙ୍ଗୁଳା ନାମଯଜ୍ଞ କମିଟି ଦ୍ବାରା ଚୈତ୍ର ପୂର୍ଣ୍ଣିମା ଦିନ ୨୪ ପ୍ରହର ନାମଯଜ୍ଞର ଶୁଭାଧିବାସ କାଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ୯ ତାରିଖ ଗୁରୁବାର ସକାଳ ୮ ଘଟିକା ସମୟରେ ମହାମାୟୀଙ୍କ ମହାସ୍ନାନ କରାଯିବା ପରେ ୯ ଘଟିକାରେ ବାଲ୍ୟଲୀଳା ଏବଂ ଅପରାହ୍ନ ୧ ଘଟିକାରେ ପବିତ୍ର ଯଜ୍ଞଭସ୍ମର ବିସର୍ଜନ ଶୋଭାଯାତ୍ରା ଆରମ୍ଭ ହୋଇ ସୂର୍ଯ୍ୟାସ୍ତ ପୂର୍ବରୁ ପୂଣ୍ୟତୋୟା ବୈତରଣୀ ନଦୀରେ ବିସର୍ଜନ କରାଯିବ ବୋଲି ଆଂଚଳିକ ହିଙ୍ଗୁଳା କମିଟି ସଭାପତି ନରୋତ୍ତମ ଜେନା ଏବଂ ସମ୍ପାଦକ ନନ୍ଦକିଶୋର ସାହୁ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *