ମା କନ୍ଧୁଣୀଦେବୀଙ୍କ କଣ୍ଟାପିଢା ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ

ମା କନ୍ଧୁଣୀଦେବୀଙ୍କ କଣ୍ଟାପିଢା ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ।

ଗଞ୍ଜାମ ଜିଲ୍ଲା ସୋରଡ଼ାର ଆରାଧ୍ୟଦେବୀ ମା କନ୍ଧୁଣିଦେବୀ ଙ୍କ କଣ୍ଟାପିଢା ଯାତ୍ରା ପାଇଁ ଆଜି ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।ବହୁ ଆବାହମାନ କାଳରୁ ମାଙ୍କ କଣ୍ଟାପିଢା ଯାତ୍ରା ପାଳିତ ହେଉଛି l ଚଳିତ ବର୍ଷ ମା ଙ୍କ ଯାତ୍ରା ୫୫୦ ବର୍ଷ ପୂର୍ତ୍ତି ଅବସରରେ ବହୁ ଆଡମ୍ୱର୍ର ସହ ପାଳନ କରାଯିବା ନେଇ ପ୍ରସ୍ତୁତି ଚାଲିଛି l ପ୍ରତି ବର୍ଷ ବଲଭଦ୍ର ଜନ୍ମ ବା ଗହ୍ମା ପୁର୍ଣିମା ଦିନ ମାଙ୍କ ଶୁଭ ଖୁଣ୍ଟି ସ୍ଥାପନ କରାଯାଉଛି। ଆଜି ମାଙ୍କୁ ପୂଜାର୍ଚନା କରିବା ପରେ ମନ୍ଦିରର ଦୋହରି ସେବକ ମାନେ ଜଙ୍ଗଲରୁ ଏକ ବାଉଁଶଖୁଣ୍ଟକୁ କନ୍ଧୁଣୀଦେବୀ ମନ୍ଦିର ନିକଟକୁ ଆଣିଥିଲେ। ଅପରାହ୍ନ ସମୟରେ ସୋରଡ଼ା ବିଧାୟକ ଶ୍ରୀ ଯୁକ୍ତ ନୀଳମଣି ବିଷୋୟୀ ମନ୍ଦିର ନିକଟରେ ପହଂଚି ମା କନ୍ଧୁଣୀଦେବୀଙ୍କ ଠାରେ ପୂଜାର୍ଚନା ଓ ଆଳତି କରିବା ପରେ ଢୋଲ, ବାଦ୍ୟ, ଘଣ୍ଟ, ମହୁରୀ, ବାଣ ଫୁଟାଇ ବହୁ ଆଡମ୍ବର ସହିତ ମା ଙ୍କ ଶୁଭ ଖୁଣ୍ଟି କୁ ଧରି ମନ୍ଦିର କମିଟି ଓ ସ୍ଥାନୀୟଲୋକଙ୍କ ସହ ଶୁଭଖୁଣ୍ଟିକୁ ଧରି ନଗରପରିକ୍ରମା କରିଥିଲେ। ରଥପଦା, ବଡଦାଣ୍ଡ,ସାରୁଆ ସାହି,କେଉଟସାହି, ଗଣିଛକ ଦେଇ କନ୍ଧୁଣୀଦେବୀ ମନ୍ଦିର ପ୍ରାଙ୍ଗଣରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।ଭାଦ୍ରବ ମାସ ଶୁକ୍ଳ ଦ୍ୱାଦଶୀରେ ଯାତ୍ରା ଆରମ୍ଭ ହୋଇ ଆଶ୍ୱିନ ମାସ କୃଷ୍ଣ ମୂଳା ଅଷ୍ଟମୀ ଦିନ ସମାପନ କରାଯିବ। ଚଳିତବର୍ଷ ଏହି ଯାତ୍ରା 10 ଦିନ ଧରି ପାଳନ କରାଯିବ।

ଗଞ୍ଜାମ ଜିଲ୍ଲା ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *