ଭାପୁର ଗ୍ରାମର ବିଭିନ୍ନ ସାହିମଣ୍ଡପରେ ମାଣବସା ଶେଷ ଗୁରୁବାରରେ ମା ମହାଲକ୍ଷ୍ମୀଙ୍କର ପୂଜା ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ସଦରବ୍ଲକ : ଭାପୁର ଗ୍ରାମରେ ବିଭିନ୍ନ ସାହିମଣ୍ଡପରେ ମହା ଆଡ଼ମ୍ବରର ସହିତ ମା ମହାଲକ୍ଷ୍ମୀଙ୍କ ମାଣବସା ଶେଷ ଗୁରୁବାର ପୂଜା ଅନଷ୍ଠିତ। ପବିତ୍ର ମାର୍ଗଶୀର ମାସର ଶେଷ ମାଣବସା ଗୁରୁବାର ଦିନ ମା ମହାଲକ୍ଷ୍ମୀଙ୍କର ପୂଜା ଅବସରରେ ଭାପୁରଗ୍ରାମ ଉତ୍ସଵମୁଖର ହୋଇଉଠି ଥିଲା ବେଳେ ଗ୍ରାମରେ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ। ମା ମହାଲକ୍ଷ୍ମୀଙ୍କ ବିଭିନ୍ନ ସାହିର ପୂଜା ମଣ୍ଡପରେ ନୀତି କାନ୍ତିର ସହିତ ପୂଜାପାଠ,ହୋମ,ସୁନ୍ଦର ମୃତ୍ତି ସାଙ୍ଗକୁ ବିଭିନ୍ନ ମେଢ଼ ସୁସଜ୍ଜିତ ହୋଇ ପୂଜା ପାଉଥିବା ଦେଖିବାକୁ ମିଳିଛି।ଗ୍ରାମରେ ବିଭିନ୍ନ ସାହିର ପୂଜା କମିଟି ପକ୍ଷରୁ ସୁନ୍ଦର ତୋରଣ ସାଂଗକୁ ସାଜ୍ଜ ସଜ୍ଜା ଅତି ମନଲୋଭା ଓ ଆକର୍ଷଣୟ ହୋଇ ପାରିଛି। ତାହା ସହିତ ମିନାବଜାର,ଯାତ୍ରା,ଦୋଳି,ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଚଟପଟି ଖାଦ୍ୟର ମଜ୍ଜା ନେବା ସହିତ ଦର୍ଶକଙ୍କ ଭିଡର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ପୂଜା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ମଙ୍ଗଳବାର ଦିନ ଶେଷ ହେବ ଓ ବୁଧବାର ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ପୂଜା ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।
