ମା” ମଙ୍ଗଳାଙ୍କର ଯଜ୍ଞ ବାର୍ଷିକ ଉତ୍ସବ ପାଳନ
ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ନୟାଗଡ଼ ଗ୍ରାମରେ ମା ମଙ୍ଗଳାଙ୍କର ଯଜ୍ଞ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।ଅଳଙ୍କାର ଓ ଫୁଲରେ ସଜେଇ ହୋଇଛନ୍ତି ମା ମଙ୍ଗଳା l ମା” ଙ୍କର ବିଷୁବ ସଂକ୍ରାନ୍ତି ଅବସରରେ ମନ୍ଦିର ପରିସର ଫୁଲରେ ସଜେଇ ହୋଇଥିବାରୁ ଏହା ଆକର୍ଷଣ ହୋଇଥିଲା l ଏହି ଅବସରରେ ମାଙ୍କ ଦର୍ଶନ ପାଇଁ ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିବା ବେଳେ ମା ଙ୍କ ପୂଜା ଅର୍ଚନା ପାଇଁ ଶ୍ରଦ୍ଧାଳୁଙ୍କର ଲମ୍ବା ଧାଡ଼ି ଛୁଟିଥିଲା ।

ମନ୍ଦିରର ବରିଷ୍ଠ ଦେହୁରୀ ପଦ୍ମନାଭ ନାୟକ ଙ୍କ ସମେତ କର୍ତ୍ତା ପୁର୍ଣ୍ଣଚନ୍ଦ୍ର ଜେନା, ଓ ମୁଖ୍ୟ ପୂଜକ ସତ୍ୟ ବ୍ରତ ପଣ୍ଡା ଙ୍କ ନେତୃତରେ ପ୍ରାତଃ ସମୟରେ ଯଜ୍ଞ ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁ ମାନଙ୍କୁ ମାଙ୍କ ଦର୍ଶନ ସାରି ଆସିବା ମାତ୍ରେ ପ୍ରସ୍ଥାନ ବାଟରେ ମନ୍ଦିର କମିଟି ତରଫରୁ ବେଲ ପଣା ସହ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ ହୋଇଥିଲା l ଭଜନ, କୀର୍ତ୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ମନ୍ଦିରର ପରିଚାଳନା କମିଟି ତରଫରୁ ଆଖପାଖ ସବୁ ଗ୍ରାମର ଶ୍ରଦ୍ଧାଳୁ ମାନଙ୍କୁ ଶ୍ରଦ୍ଧାର ସହ ନିମନ୍ତ୍ରଣ କରିବା ସହିତ ମନ୍ଦିରରେ ସମସ୍ତ କର୍ମଚାରୀ ଚଇତି ପର୍ବର ବିଷୁବ ସଂକ୍ରାନ୍ତି କୁ ଶାନ୍ତି ଶୃଙ୍ଖଳା ର ସହ ପରିଚଳନା କରିଥିଲେ l
