ସାବିତ୍ରୀ……………………………

ନିଷ୍ଠାରେ ନାରୀଟି ବ୍ରତ ପାଳିଥାଏ
ନାଁ ତା ସାବିତ୍ରୀ ବ୍ରତ.
ଭକ୍ତିରେ ସଧବା ଡାକେ ଭଗବାନ
ସ୍ୱାମୀ ପାଇଁ ରଖେ ସର୍ତ୍ତ…………….

ଅମାବାସ୍ୟା ଏହି ପୁଣ୍ୟ ତିଥିରେ
ପ୍ରତି ବର୍ଷ ଜ୍ୟୋଷ୍ଠ ମାସେ.
ସ୍ୱାମୀର ଆୟୁଷ ହାତ ପାତି ମାଗେ
ବ୍ରତ ପାଳନର ଶେଷେ………………

ସାବିତ୍ରୀ ପୂଜାରେ ନାଲି ବ୍ରତ ଲାଗେ
ବ୍ରତରେ ସାତୋଟି ଗଣ୍ଠି.
ପୂଜା ଵିଧି ସାରି ବ୍ରତ ହାତେ ଧରି
ଥୋଇ ବର ଡାଳ କାଠି……………..

ପୂଜା ବ୍ରତ ଟିକୁ ସଧବା ପିନ୍ଧିବ ଡାହାଣ ହାତରେ ତାର.
ରନ୍ଧା ଖାଦ୍ୟ ପୁରା ବର୍ଜନ କରିବ
ଫଳ ଖାଦ୍ୟ ତା ଆହାର…………….

ନୂତନ ବସ୍ତ୍ର ଟି ଥାଳିରେ ରଖିବ
ଶଙ୍ଖା ସିନ୍ଦୁର ତା ସାଥେ.
ଠାକୁରଙ୍କ ପାଖେ ନୂଆ ବସ୍ତ୍ର ଭେଟି
ଅର୍ପଣ କରିବ ହସ୍ତେ………………..

ସ୍ୱଚ୍ଛ କରି ଜାଗା ଝୋଟି ଟେ ଅଙ୍କିବା
ସାଥିରେ ମୁରୁଜ ଚୁନା.
ପିତ୍ତଳ ପାତ୍ରରେ କଳସ ବସେଇ
ପୂଜା କରୁଥିବେ ନନା……………….

ସାତ ପତ୍ର ଥିବା ଆମ୍ବ ପତ୍ର ଆଣି
କଳସରେ ଦେବା ଭରି.
ପଞ୍ଚ ଦେବତାଙ୍କୁ ସ୍ମରଣ କରିବ
ଫଳକୁ ଅର୍ପଣ କରି…………………

ହଳଦୀ ପାଣିରେ ଗୁଆ ଧୋଇଦେଇ
ରଖି ବର ଗଛ ଡାଳ.
ଅର୍ପଣ କରିବା ପଞ୍ଚାମୃତ ଏଠି
ପାଞ୍ଚ ପ୍ରକାରର ଫଳ………………..

ସତ୍ୟବତୀ ନାରୀ ଧନ୍ୟ ସେ ସାବିତ୍ରୀ
ସ୍ୱାମୀର ଜୀବନ ପାଇଁ.
ଯମ ଠାରୁ ପ୍ରାଣ ଛଡେଇ ଆଣିଲେ
ସତୀତ୍ୱ ପ୍ରମାଣ ଦେଇ………………

ରତିକାନ୍ତ ଜେନା, ଆଚାର୍ଯ୍ୟ,ୟୁନିଟ-8, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଭୁବନେଶ୍ୱର.
7077286580

Leave a Reply

Your email address will not be published. Required fields are marked *