ଧର୍ମଶାଳା ବ୍ଲକ ର ବିଭିନ୍ନ ପୂଜା ମଣ୍ଡପରେ ମା “ଙ୍କ ଶାରଦୀୟ ଦୁର୍ଗା ପୂଜା ଅନୁଷ୍ଠିତ
ଧର୍ମଶାଳା – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ର ବିଭିନ୍ନ ସ୍ଥାନରେ ଜଗତ ଜନନୀ ମା ” ଙ୍କର ଶାରଦୀୟ ଦୁର୍ଗାପୂଜା ଧୁମ ଧାମ ରେ ପାଳନ କରାଯାଉଛି l ବିଶେଷ କରି ଜାରକା ଠାରେ ମା “ଙ୍କ ୫ ୯ ତମ ଦୁର୍ଗାପୂଜା କୁ ଧର୍ମଶାଳା ମହୋତ୍ସବ କମିଟି ପକ୍ଷରୁ ମହା ଆଡମ୍ବରରେ ପାଳନ କରଯାଉଛି l ଜାରକା ସ୍ଥିତ ମାଙ୍କ ପୂଜା ମଣ୍ଡପରେ ସପ୍ତମୀ ଓ ମହାଷ୍ଟମୀ ପୂଜା ରୀତିନୀତି ଅନୁସାରେ କରାଯାଇଛି l ଏହି କ୍ରମରେ ସପ୍ତମୀ ପୂଜାଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପୂଜା କମିଟିର ସଭାପତି ରବିନାରାୟଣ ସାହୁଙ୍କ ଅଧକ୍ଷତରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଯାଜପୁର ସାଂସଦ ରବିନାରାୟଣ ବେହେରା ଯୋଗଦେଇଥିଲାବେଳେ ସମ୍ମାନିତ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମହାକାଳ ପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଯାଜପୁର ବିଜେପି ସଭାପତି ଦେବଯାନୀ ପ୍ରଧାନ, ବ୍ଲକ ଚେୟାରମ୍ୟାନ ବିଶ୍ୱ ବିଜୟିନୀ ମିଶ୍ର ପ୍ରମୁଖ ଯୋଗଦେଇ ପ୍ରଦୀପ ଉଜ୍ୱଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l

ଦେବରାଜ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ l କମିଟିର ସମ୍ପାଦକ ସତ୍ୟପ୍ରିୟ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ l ଆସନ୍ତା ଗୁରୁବାର ଦଶହରା ପୂଜା ପର୍ଯ୍ୟନ୍ତ ପ୍ରତେକ ସନ୍ଧ୍ୟାରେ ରଙ୍ଗା ରଙ୍ଗ ଡ୍ୟାନ୍ସ ମେଲୋଡିଏବଂ ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି l
ମାଙ୍କ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦର୍ଶକ ମାନଙ୍କ ଭିଡକୁ ନଜରରେ ରଖି କମିଟି ଓ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି l ବିଜେପି ଯୁବ ସଂଗଠକ ରାଜେଶ ପାଳ, ଜୋନ ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ, ଦେବରାଜ ମିଶ୍ର, କାଶୀନାଥ ସାହୁ, ଶରତ ଓଝା, ତପନ ମାହୁନ୍ତ, ଲୋକନାଥ ମହାନ୍ତି, ଆଲୋକ ଲେଙ୍କା, ସବ୍ୟସାଚୀ ସୁନ୍ଦର ରାୟ, ତୀର୍ଥରାଜ ପଣ୍ଡା, ଶ୍ରୀବତ୍ସ ଧୀର ସମେତ ବହୁ ବିଜେପି ସଂଗଠକ ବ୍ୟକ୍ତି ମନେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ବରିଷ୍ଠ ବିଜେପି ନେତା ସର୍ବେଶ୍ୱର ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ l ସେହିପରି ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଜେନାପୁର ଦୁର୍ଗା ପୂଜା ସମେତ ଅନ୍ୟାନ୍ୟ ସମସ୍ତ ପୂଜା ମଣ୍ଡପରେ ଶାରଦୀୟ ଦୁର୍ଗା ପୂଜା ଅନୁଷ୍ଠିତ କରାଯାଇଛି l
