ଲକ୍ଷାଧିକ ଭକ୍ତଙ୍କୁ ସରସ୍ବତୀ ବେଶରେ ଦର୍ଶନ ଦେଲେ ମା’ ତାରାତାରିଣୀ

ପୁରୁଷୋତ୍ତମପୁର ଗଞ୍ଜାମ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ପର୍ବ ରେ ଚୈତ୍ର ମଙ୍ଗଳବାର ତୃତୀୟ ପାଳି ରେ ମା “ଙ୍କୁ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଛି ଭକ୍ତ ମାନଙ୍କୁ ସରସ୍ବତୀ ବେଶରେ ଦର୍ଶନ ଦେଲେ ମା’ ତାରାତାରିଣୀ ମା’ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତ ମା ଙ୍କୁ ଦର୍ଶନ କରିବାକୁ ଭିଡ଼ ବାନ୍ଧିଛନ୍ତି ।ରାତିରେ ସୁନ୍ଦର ଆଲୋକ ମାଳାରେ ମା’ଙ୍କ ପୀଠ ଝଲସୁ ଥିବା ବେଳେ ସକାଳେ ସୁନ୍ଦର ଫୁଲରେ ସଜେଇ ହୋଇ ମା’ଙ୍କ ମନ୍ଦିର ବେଶ୍‌ ଆକର୍ଷଣୀୟ ଦେଖାଯାଉଛି। ତୃତୀୟ ପାଳିରେ ନୀତି ନିର୍ଦ୍ଦଣ୍ଟ ଅନୁସାରେ ରାତି ୧୨ ଘଣ୍ଟ ସମୟରୁ ରୁ ମନ୍ଦିର ଦ୍ୱାର ଫିଟା ଯାଇଥିଲା। ପରେ ପରମ୍ପରା ଅନୁସାରେ ମଙ୍ଗଳ ଆଳତି, ଅବକାଶ, ମାଜଣା, ସିଙ୍ଗାର, ଅଭିଷେକ ଆଦି ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇ ମା’ ତାରାତାରିଣୀଙ୍କୁ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଯାଇଥିଲା। ଭୋର ସାଢେ ୩ଟାରେ ସାହାଣ ମେଲା ହୋଇ ମା’ ସରସ୍ବତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।ଏହା ସହ ପୀଠରେ ରାତି ୧ ଘଣ୍ଟ ସମୟ ରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିଲା। ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଆସି ନିଜ ଶିଶୁଙ୍କ ମୁଣ୍ଡନ କରାଇଛନ୍ତି। ପରେ ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ଚୈତ୍ର ଯାତ୍ରାରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ଅତୁଟ ବିଶ୍ବାସ ରହିଛି। ଏହି ବିଶ୍ବାସକୁ ଆଧାର କରି ଦୀର୍ଘ ବର୍ଷ ଧରି ମା’ଙ୍କ ଚୈତ୍ର ଯାତ୍ରା ପାଳନ ହୋଇଆସୁଛି।ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହଶେଷ ହେବ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍‌ର ବ୍ୟବସ୍ଥା ସହ ପାହାଡ଼ ଉପରକୁ ଯାଇ ମା’ଙ୍କୁ ଦର୍ଶନ କରିବା ନିମନ୍ତେ ରୋପ ୱେ ଏବଂ ସିଟି ବସ୍‌ର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ଯେଭଳି କୌଣସି ଅସୁବିଧା ନ ହୁଏ ସେଥି ପ୍ରତି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଏପରି କି ମା’ଙ୍କ ପୂଜା ଦେଖିବାକୁ ବିଭିନ୍ନ ସ୍ଥାନରେ ଏଲଇଡିର ବ୍ୟବସ୍ଥା କରାଯାଇଛି। ତୃତୀୟ ପାଳିରେ ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ମା’ଙ୍କ ପିଠରେ ପହଞ୍ଚି ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି।ଛତ୍ରପୁର ଉପଜିଲାପାଳ ଶୁଭାଶିଷ ବରାଳ, ପୁରୁଷୋତ୍ତମପୁର ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର, ଆଇଆଇସି ରାଜେଶ କୁମାର ନାୟକ, ଦେବୋତ୍ତର ବିଭାଗୀୟ ଛତ୍ରପୁର ସର୍କଲ ବିଭାଗୀୟ ଇନ୍ସପେକ୍ଟର ପୁଷ୍ପିତା ବେହେରା, ବିଡିଓ ଶରତ କୁମାର ପାତ୍ର, ତହସିଲଦାର ତଥା ଏନ୍‌ଏସି ନିର୍ବାହୀ ଅଧିକାରୀ ଗୋବିନ୍ଦ ଡନ୍‌ସେନା, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡ୍ଡୀ ଏବଂମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରମୋଦ କୁମାର ପଣ୍ଡାଙ୍କ ସହ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ଯାତ୍ରା ପରିଚାଳନା କରୁଛନ୍ତି। ସେବାୟତ ସଂଘ ସଭାପତି ତପନ କୁମାର ରଣା, ସେବାୟତ ବାପୁଜୀ ରଣା, ଧ୍ରୁବ ରଣାଙ୍କ ସମେତ ସମସ୍ତ ସେବାୟତ ମା’ ପୂଜାର୍ଚ୍ଚନା କରୁଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସହ ସହ ପୋଲିସ କର୍ମଚାରୀ ଙ୍କୁ ଏହି ମା “ଙ୍କ ଚୈତ୍ର ପର୍ବ ରେ ନିୟୋଜିତ କରାଯାଇଛି ଏହି ପର୍ବ କୁ ପୂର୍ଣ୍ଣ ମାତ୍ରା ରେ ସହଯୋଗ କରିଛନ୍ତି ପୁରୁଷୋତ୍ତମପୁରର ତହସିଲ,ଏନ ଏ ସି ଏବଂ ସମସ୍ତ ପୋଲିସ କର୍ମଚାରୀ ବୃନ୍ଦ ତତ ସହିତ ଆଖ ପାଖରେ ଥିବା ବହୁ ସ୍ବେଛାସେବୀ ସଙ୍ଘଠନ ମଧ୍ୟ ଏହି ଚୈତ୍ର ପର୍ବ କୁ ସହଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *