ଠିକାଦାର ଓ ଯନ୍ତ୍ରିଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ,ଭୂଷୁଡି଼ଲା ନିର୍ମାଣଧିନ ମେଡିକାଲ ପୋଟିକ ଛାତ ।

ଗଣିଆ – ଗଣିଆ ମେଡିକାଲ ପରିସରରେ ନିର୍ମାଣଧିନ ଥିବା ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ପଟିକ ଭୂଷୁଡି ପଡିଥିବା ଜଣାପଡିଛି । ଉକ୍ତ ପଟିକର ଛାତ ଆଜି ପଡିଥିବା ବେଳେ ଛାତ ଉପରେ ଛିଡା ହୋଇ କାମ କରୁଥିବା ୪ ଜଣ ଶ୍ରମିକ ଗୁରୁତର ହୋଇ ଗଣିଆ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଶ୍ରମିକ ନୟାଗଡ ଶରଧାପୁରର କାଳିଆ ଜେନା, ଦିଲ୍ଲୀପ ନାୟକ,ରାଜା ପ୍ରଧାନ,କାଳିଆ ପ୍ରଧାନ ବୋଲି ଜଣାପଡିଛି । ସେମାନେ ଛାତ ଉପରେ ଚଢି କାମ କରୁଥିବା ବେଳେ ହଠାତ୍ ଏକ ଭୀଷଣ ଶଦ୍ଦ କରି ଭୂଷୁଡି ପଡିଥିଲା । ସ୍ଥାନୀୟ ଯୁବକଙ୍କ ସହାୟତାରେ ସେମାନଙ୍କୁ ଗଣିଆ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଶ୍ରମିକ କାଳିଆ ପ୍ରଧାନଙ୍କର ଅଣ୍ଟା ଏବଂ ପୀଠିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି ।

ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ଘଟିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଫଳରେ ଏଭଳି ନିମ୍ନମାନର କାର୍ଯ୍ୟ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତିି । ଠିକାଦାରଙ୍କ ମନମୁଖୀ ଶାସନ ତଥା ପୂର୍ତ ବିଭାଗ ଅଧିକାରୀଙ୍କ ଅପାରଗତା ଏଥିପାଇଁ ଦାୟୀ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ମେଡିକାଲ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଛାତ ପଡୁଥିବା ବେଳେ ଯନ୍ତ୍ରୀ କିମ୍ବା ଠିକାଦାର କେହି ବି ଉପସ୍ଥିତ ନଥିବା ଅଭିଯୋଗ ହୋଇଛି । ଶ୍ରମିକ ମାନେ ଛାତ ଉପରେ କାମ କରୁଥିବା ବେଳେ ବିନା ହେଲମେଟରେ କାମ କରୁଥିବା ଜଣାପଡିଛି । ଉକ୍ତ ମେଡିକାଲ ନିର୍ମାଣକୁ ବର୍ଷ ବର୍ଷ ଲାଗି ଯାଇଥିବା ବେଳେ ସଂପୂର୍ଣ୍ଣ ହୋଇପାରିନାହିଁ । ତେବେ ପଟିକ ଯଦି ଭୁଷୁଡି ପଡୁଛି ତେବେ ନିର୍ମାଣଧିନ ଛାତର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *