ଭଦ୍ରକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି ମଧୁସ୍ମିତା ମହାପାତ୍ର

ଭଦ୍ରକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯୋଗଦାନ କରିଛନ୍ତି ମଧୁସ୍ମିତା ମହାପାତ୍ର l ଓଡ଼ିଶା ସରକାର ଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଙ୍କ ଆଦେଶ ସଂଖ୍ୟା ୧୭୬୦୪ ତା ୨୫.୧୧.୨୫ ଅନୁଯାୟୀ ନିଯୁକ୍ତି ପାଇଥିବା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଭଦ୍ରକ ଶ୍ରୀମତୀ ମଧୁସ୍ମିତା ମହାପାତ୍ର ଆଜି ଜିଲ୍ଲାପାଳ ଙ୍କ ପାଖରେ ଯୋଗଦାନ କରିଛନ୍ତି । ଆସିବା ପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦାଇତ୍ଵ ରେ ଥିବା ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଲ ତାଙ୍କୁ ଜିଲ୍ଲା ର ବର୍ତମାନ ର ସ୍ଥିତି ଉପରେ ବୁଝେଇବା ସହିତ ତାଙ୍କର ମୂଳ ଦାଇତ୍ଵ ବିଷୟ ରେ ଅବଗତ କରାଇଥିଲେ । ସୂଚନା ଯୋଗ୍ୟ ଯେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଭଦ୍ରକ ପଦବୀ ଗତ ୦୧.୦୪.୨୫ ରୁ ଅଦ୍ୟାବଦୀ ପୂରଣ ହୋଇ ପ।ରିନାହିଁ।

ଏଇ ସମୟ ରେ ମଧୁସ୍ମିତା ଙ୍କ ର ଯୋଗଦାନ ନିଶ୍ଚିତ ଭାବରେ ସୁଚନା ଓ ଲୋକ ସମ୍ପର୍କ ବିଭାଗ କୁ ଚଳଚଞ୍ଚଳ କରିବ । ଜିଲ୍ଲା ର ଅନେକ ଗୁଡ଼ିଏ ଦାୟିତ୍ଵ ରେ ଥିବା ଡେପୁଟୀ କଲେକ୍ଟର କାର୍ତ୍ତିକ ମଣ୍ଡଳ ଙ୍କୁ ନିଶ୍ଚିତ ଭାବରେ ଏହା ଆଶ୍ଵ।ସନା। ଯୋଗଦାନ କଲା ପରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର କର୍ମଚାରୀ ଲିସାରାଣୀ ରାଉତ୍, ମିନାକ୍ଷୀ ଗର।ବରୁ ଓ ପ୍ରଫୁଲ୍ଲ ଦାସ ଫୁଲ ତୋଡା ଓ ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ । ଯୋଗଦାନ ପରେ ଭଦ୍ରକ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ ଅନୁଯାୟୀ ସମସ୍ତ କାର୍ଯ୍ୟ ତୁଲାଇବା ପାଇଁ ସେ ବଦ୍ଧ ପରିକର ବୋଲି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *