ମହାବିଷୁବ ସଂକ୍ରାନ୍ତି
ମହାବିଷୁବ ସଂକ୍ରାନ୍ତି ଅବସରରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଧରଧରପୁର ଗ୍ରାମର ସରପଞ୍ଚ ଙ୍କ ନେତୃତ୍ୱରେ ବେଲବିହାରି ମହାପୁରୁଷ ପ୍ରାଙ୍ଗଣରେ ବାର୍ଷିକ ଅଷ୍ଟ ପ୍ରହରୀ ନାମସଂକିର୍ତନ ଉଦଘାଟିତ ହୋଇଯାଇଛି।

ଏଥିରେ ଆମନ୍ତ୍ରିତ ଅତିଥି ବିଜେଡି ବିଧାୟକ ପାର୍ଥି ଡକ୍ଟର ରମାକାନ୍ତ ଭୋଇ,ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ଯୋଗ ଦେଇଥିବାରୁ ସରପଞ୍ଚ ତାଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଗ୍ରାମର ସମସ୍ତ ଙ୍କ ସହଯୋଗ ରେ ଏହି ମହୋତ୍ସବ ବହୁ ଧୁମଧାମରେ ସମାପନ ହୋଇଯାଇଛି।ଏଥିରେ ସ୍ଥାନୀୟ ତଥା ଅନ୍ୟାନ୍ୟ ଅଞ୍ଚଳବାସୀ ର ଲୋକମାନେ ଏହି ମହୋତ୍ସବରେ ସାମିଲ ହୋଇ ଭଗବାନଙ୍କର ଅମ୍ବୃତ ସୁଦ୍ଧା ପାନ କରିଥିଲେ,ଶେଷରେ ପ୍ରସାଦ ପାଇ ନିଜ ନିଜ ଘରକୁ ଫେରିଥିଲେ।
