ମହାବିନାୟକ ବିଦ୍ୟାୟନ ବଡ଼ଚଣା ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ପାଳିତ

ବଡ଼ଚଣା :ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ମହାବିନାୟକ ବିଦ୍ୟାୟନ ବଡ଼ଚଣା ର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ଲତା ଦେଇ ଙ୍କ ସଭାପତିତ୍ବରେ ମହା ଆଡମ୍ବର ସହକାରେ ଆଜି ଅନୁଷ୍ଠିତ ହୋଇ ଯାଇଛି ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଓ ମୁଖ୍ୟ ବକ୍ତାଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ନିର୍ମଳ ଚନ୍ଦ୍ର ମିଶ୍ର,ସମ୍ନାନୀତ ଅତିଥିଭାବେ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ,ପଞ୍ଚସଖା ଶିକ୍ଷା ସେତୁର ସଭାପତି ଦିଲ୍ଲୀପ କୁମାର ଲେଙ୍କା,ବଡ଼ଚଣା ପଞ୍ଚାୟତ ସମିତିସଭ୍ୟ ମଧୁସୂଦନ ବଳ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନ୍ମଥ କୁମାର ସାହୁ ପ୍ରମୁଖ ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା,ଛାତ୍ର ଛାତ୍ରୀଙ୍କ ଉଦ୍ୟସାରେ ଅତିଥିମାନେ ବହୁ ମୂଲ୍ୟ ବକ୍ତବ୍ୟ ରଖିବା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ. ବିଦ୍ୟାଳୟର ଶିକ୍ଷୟତ୍ରୀ ସୋନାଲି ଶୁଭ ଦର୍ଶିନୀ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ ଓ ରଶ୍ମିତା ସେଠୀ ମଞ୍ଚ ସଂଚାଳନ କରିଥିଲେ ପରିଶେଷରେ ରାଜସ୍ୱନୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମରେ ମେଡିକାଲ ପାଇଥିବା ଅମିତ କୁମାର ସାମଲ,ଓଡିଶା ପୋଲିସ ପାଇଥିବା ସଞୟ କୁମାର ଦାସ ଓ ସୈନ୍ୟ ବିଭାଗରେ ସର୍ବେଶ୍ୱର ସାମଲ,ଦେବୀ ପ୍ରସାଦ ସାମଲ,ବୁବୁନି ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସମାଜରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତିତ୍ୱ ଗାୟକ ଗୈାରବ ଗାୟକ ସୈାରଭ ରଜନୀ କାନ୍ତ ପୃଷ୍ଟି,ପ୍ରାକ୍ତନ ଶିକ୍ଷାବିତ ରାମଚନ୍ଦ୍ର ଶୁକ୍ଲ,ଅଜୟ ଲେଙ୍କା, ସ୍ୱେଛାସେବୀ ଅନିଲ ଦାସ,ପ୍ରକାଶ କୁମାର ପ୍ରଧାନଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ପରିଚାଳନା କମିଟି ସମସ୍ତ ସଭ୍ୟ ସଭ୍ୟା, ଗ୍ରାମବାସୀ ଓ ପୁରାତନ ଛାତ୍ର ଛାତ୍ରୀ ମାନେ ସାହାଯ୍ୟ ସହୋଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *