ପୁରୀ ଶ୍ରୀ ଲୋକନାଥ ପୀଠରେ ଉଠିଲା ମହାଦୀପ

ନିର୍ଦ୍ଧାରିତ ସମୟର ଏକଘଣ୍ଟା ପରେ ଅର୍ଥାତ ଭୋର ୫ଟାରେ ଲୋକନାଥ ମନ୍ଦିର ଚୂଡାକୁ ଉଠିଛି ମହାଦୀପ। ମହାଦୀପକୁ ଦର୍ଶନ କରି ଶ୍ରଦ୍ଧାଳୁ ମାନେ ନିଜନିଜର ଜାଗର ବ୍ରତକୁ ଉଦଯାପିତ କରିଛନ୍ତି। ଗତକାଲି ଶ୍ରୀକ୍ଷେତ୍ରରେ ବିରାଜମାନ ହୋଇଥିବା ବାବା ଲୋକନାଥଙ୍କ ମନ୍ଦିରରେ ଜାଗର ଯାତ୍ରା ପାଇଁ ପ୍ରବଳ ଭକ୍ତଙ୍କ ଭିଡ ଜମିଥିବା ବେଳେ ସମସ୍ତ ଭକ୍ତମାନେ ଶୃଙ୍ଖଳିତ ଭାବେ ବାବା ଲୋକନାଥଙ୍କୁ ଦର୍ଶନ କରିଛନ୍ତି। ଗତକାଲି ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତ ଏବଂ ଟିକେଟଧାରୀ ଭକ୍ତମାନେ ବ୍ୟାରିକେଡ୍ ରେ ଯାଇ ଲୋକନାଥ ଦେବଙ୍କୁ ଦର୍ଶନ କରିଥିବା ବେଳେ ରାତି ୩ଟାରେ ହରିହର ପୂଜା,, ବଡସିଂହାର ବେଶ ହୋଇ ରାତି ୫ଟାରେ ମହାଦୀପ ଉଠିଛି। ମହାଦୀପକୁ ଦର୍ଶନ କରି ରାତି ତମାମ୍ ଉଜାଗର ହୋଇ ଦୀପ ଜାଳୁଥିବା ଶ୍ରଦ୍ଧାଳୁ ମାନେ ନିଜନିଜ ଘରକୁ ପ୍ରତ୍ୟାବର୍ତ୍ତନ ହୋଇଛନ୍ତି। ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ବାବା ଲୋକନାଥଙ୍କୁ ଜାଗର ଯାତ୍ରାରେ ଦର୍ଶନ ସହ ଜାଗର ପଡିଆରେ ଦୀପ ଜାଳି ଉଦଯାଗର ରହିଲେ ମାନସିକ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି | ତେଣୁ ସେହି ବିଶ୍ୱାସକୁ ପାଥେୟ କରି ହଜାରହଜାର ସ୍ଥାନୀୟ ବାସିନ୍ଦା ଓ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଭକ୍ତମାନେ ଲୋକନାଥଙ୍କ ପାଖରେ ଜାଗର ଯାତ୍ରା ପାଳନ କରିଛନ୍ତି।

Leave a Reply

Your email address will not be published. Required fields are marked *