ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ-“ମହକ – ୨୦୨୫”

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ-“ମହକ – ୨୦୨୫” ଅନୁଷ୍ଠିତ
ରାୟଗଡ଼ା-୯/୧୦-ରାୟଗଡ଼ା ସହରରେ ଥିବା ବିଜୁ ପଟ୍ଟନାୟକ ଅଡିଟରିଅମରେ ଓଡ଼ିଶା ମହିଳା ଏବଂ ଶିଶୁ ବିକାଶ ବିଭାଗ ଏବଂ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଶିଶୁ ଯତ୍ନ ପ୍ରତିଷ୍ଠାନରେ ଥିବା ପିଲାମାନଙ୍କ ସକାଶେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ – ୨୦୨୫” ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସପି ସ୍ୱାତି ଏସ କୁମାର,ମୁଖ୍ୟ ବକ୍ତା ଏଡିଏମ (ସାଧାରଣ) ନବୀନ ଚନ୍ଦ୍ର ନାୟକ, ବରେଣ୍ୟ ଅତିଥି ଡିଏଲଏସଏ, ସମ୍ପାଦକ ସୁବ୍ରତ ଆଚାର୍ଯ୍ୟ , ଡିଏସଡବ୍ଲୁଓ ମିନତୀ ଦେଓ,,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମହାଦେବ ଚିଚୁଆନ ମଞ୍ଚାସିନ ରହି ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇ ଶିଶୁଙ୍କୁ ଉତ୍ସାହିତ କରାଇଥିଲେ। ଏହା ଅନୁଷ୍ଠାନିକ ଯତ୍ନରେ ଥିବା ପିଲାମାନଙ୍କର ସାମଗ୍ରିକ ବିକାଶ ଏବଂ କଲ୍ୟାଣ ସୁନିଶ୍ଚିତ କରିବା ଏବଂ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏକ ବ୍ୟାପକ ପଦକ୍ଷେପର ଅଂଶ ଏବଂ ଯାହାଦ୍ଵାରା କି ପିଲାମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିପାରିଛି।
ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମରେ କୃତିତ୍ଵଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ପ୍ରଥମ କାର୍ଯ୍ୟକ୍ରମ ଗୋଷ୍ଠୀ ଏବଂ ଏକକ ନୃତ୍ୟ,ଏକକ ଗୀତ,ଚିତ୍ରକଳା,ବିତର୍କ ଏବଂ କୁଇଜ୍,କ୍ରୀଡା, ଯେପରିକି ଦୌଡ଼ ଏବଂ ଡେଇଁବା,ସଂରଚନା ଏବଂ ସଂଗଠନ ଭଳି ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେବା ପରେ ଏଥିରେ ଶ୍ରେଷ୍ଠ ପ୍ରଦର୍ଶନକାରୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଚାରିଗୋଟି ଶିଶୁ ଯତ୍ନ ଅନୁଷ୍ଠାନରୁ ପ୍ରାୟ ୨୦୦ ଜଣ ଅନ୍ତେବାସୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେବା ସମାଜ ଗୁଣପୁର, ଜବରଗୁଡା, ରାୟଗଡ଼ା ଓ ବାଳ ନିକେତନର ଲିମାମଡାର ସମସ୍ତ କର୍ମଚାରୀ ନିଜ ନିଜ ଅନ୍ତେବାସୀଙ୍କ ସହ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସହଯୋଗ କରିଥିଲେ।
ଏଥି ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାରୋଟି ଅନୁଷ୍ଠାନରୁ କୁନି କୁନି ପିଲାଙ୍କ ଦ୍ଵାରା ଅତି ସୁନ୍ଦର ଭାବେ ନୃତ୍ୟଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ଲିଗାଲ ଅଫିସର ଶିଶୁ ସୁରକ୍ଷା ୟୁନିଟର ଲିଗାଲ ଅଫିସର ନିରାକାର ପାଢି ଧନ୍ୟବାଦ ଅର୍ପଣ କରିଥିଲେ। ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *