ଉଦଳା ଖଣ୍ଡିହୁଡି ତାରିଣୀ ପୀଠରେ ମହାକାଳେଶ୍ଵର ମନ୍ଦିର ପ୍ରତିଷ୍ଠା

ଉଦଳା ଖଣ୍ଡିହୁଡି ତାରିଣୀ ପୀଠରେ ମହାକାଳେଶ୍ଵର ମନ୍ଦିର ପ୍ରତିଷ୍ଠା ।
ଉଦଳା ତା ୨୨/୨ ଉଦଳା ନିକଟ ଖଣ୍ଡିହୁଡି ମା ତାରିଣୀ ପୀଠ ପରିସର ମଧ୍ୟରେ ଗଢି ଉଠିଥିବା ମହାକାଳେଶ୍ଵର ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଅତି ଆନନ୍ଦ ଉତ୍ସାହ ରେ ଅନୁଷ୍ଠିତ ହୋଇଯାଇଛି lପ୍ରାରମ୍ଭରେ ପୁରୀ ମନ୍ଦିରରୁ ଆସିଥିବା ଆଜ୍ଞା ମାଳ ଉଦଳା ବସ୍ ଷ୍ଟାଣ୍ଡ ସ୍ଥିତ ମା ଜଗଦ୍ଧାତ୍ରୀ ମନ୍ଦିର ରେ ଯଥାବିଧି ପୂଜା ଅର୍ଚନା କରାଯାଇ ସଂକୀର୍ତନ ର ତାଳେ ତାଳେ ଉଦଳା ସହର ପରିକ୍ରମା କରି ପରିଶେଷରେ ଖଣ୍ଡିହୁଡି ସ୍ଥିତ ନବ ନିର୍ମିତ ମହାକାଳେଶ୍ଵର ମନ୍ଦିର କୁ ଅଣା ଯାଇଥିଲା l ଏହି ପରିକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଯୋଗଦାନ ପରିବେଶ କୁ ଭାବମୟ କରିଥିଲେ l ଏହାପରେ ମନ୍ଦିର ରେ ପ୍ରଭୁ ମହାକାଳେଶ୍ଵର ଙ୍କୁ ବିଧିପୂର୍ବକ ପୂଜା ଅର୍ଚନା କରା ଯାଇ ପ୍ରତିଷ୍ଠା କରାଯାଇଥିଲା ।

ସନ୍ଧ୍ୟାରେ ଭଜନ କୀର୍ତନ ରେ ଶୀତୁଆ ସନ୍ଧ୍ୟା କୁ ଉପଭୋଗ କରିଥିଲେ l ଉକ୍ତ ପ୍ରତିଷ୍ଠା ଦିବସରେ ଟ୍ରଷ୍ଟର ସଭାପତି ଶ୍ରୀ ଶ୍ରୀବତ୍ସ କଲିଆ, ସମ୍ପାଦକ ଶ୍ରୀ ବିଶ୍ୱନାଥ ବେହରା, ଉପ ସଭାପତି ଉଦଳା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ଯୁବ ତଥା କରିତ କର୍ମା ଲୋକପ୍ରିୟ ବିଧାୟକ ଶ୍ରୀ ଯୁକ୍ତଶ୍ରୀନାଥ ସୋରେନ ଆଦି ଯୋଗଦାନ କରିଥିଲେ l ଆସନ୍ତା ତିନି ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ମନ୍ଦିର କମିଟି ତରଫରୁ ବିଶେଷ ସୂଚାନମିଲିଛି l

Leave a Reply

Your email address will not be published. Required fields are marked *