ମହାମିଶ୍ରଣ ପର୍ବ ଭଦ୍ରକ ନିର୍ବାଚନ ମଣ୍ଡଳୀ

ଭଦ୍ରକ : ୧୫/୧୧– ଭଦ୍ରକ ଟାଉନ ହଲ ଠାରେ ଭଦ୍ରକ ପୌରପାଳିକାର ବିଭିନ୍ନ ୱାର୍ଡର ବିଭିନ୍ନ ଦଳର ପୂର୍ବତନ କାଉନସିଲର ମାନଙ୍କ ସହିତ ୧୦୦୦ ରୁ ଉର୍ଦ୍ଧ୍ବ କର୍ମୀ ଓ ନେତା ,ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ସ୍ୱସ୍ଛ ଶାସନ ରେ ଅନୁପ୍ରାଣିତ ହୋଇ, ବିଜୁ ଜନତା ଦଳରେ ସାମିଲ ହେଲେ।ଉକ୍ତ ମିଶ୍ରଣ ପର୍ବ ରେ ମାନ୍ୟବର ବିଧାୟକ ଧର୍ମଶାଳା ତଥା ଭଦ୍ରକ ଜିଲ୍ଲାର ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ପ୍ରଣବ ବଳବନ୍ତ ରାୟ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ ସ୍ୱାଇଁ,ଜିଲ୍ଲା ଯୁବ ବିଜେଡ଼ି ସଭାପତି ଶ୍ରୀଯୁକ୍ତ ମୁକୁନ୍ଦଦେବ ସାମଲ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ମଳୟ ଜେନା ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *