ଓଡ଼ିଶା ଜନତା କଂଗ୍ରେସ ପାର୍ଟି ର ମହାମିଶ୍ରଣ ପର୍ବ।
ଧର୍ମଶାଳା = ଯାଜପୁର ଜିଲ୍ଲାଚଣ୍ଡିଖୋଲ ନିକଟସ୍ତ ଧର୍ମଶାଳା ଭବନ ଠାରେ ନବ ଗଠିତ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ର ମହା ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଯାଉଛି। ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ର ପ୍ରତିଷ୍ଠାତା ସଭାପତି ମହମ୍ମଦ ମୋକିମ ଯୋଗଦେଇ ନୀତି ଓ ନୈତିକ ହରାଇଥିବା କଂଗ୍ରେସ ଓଡ଼ିଶା ବାସୀଙ୍କ ଆଶା ଓ ବିଶ୍ବାସ ହରାଇଛି। ଦୀର୍ଘ ୨୫ବର୍ଷର ବିଜେଡି ଦୁର୍ନିତୀ ବ୍ୟଭିଚାର ଭ୍ରଷ୍ଟାଚାର ସରକାର ର ଶାସନ ଓ ଦୁଇବର୍ଷ ହେଲା ମିଥ୍ୟା ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିବା ବିଜେପି ସରକାର ଓଡ଼ିଶା ବାସୀଙ୍କ ଆଶା ଓ ବିଶ୍ବାସ ହରାଇଛି। ଏପରି ସମୟରେ ଓଡ଼ିଶା ଜନତା କଂଗ୍ରେସ ଦଳ ଓଡ଼ିଶା ବାସୀଙ୍କ ସେବା ପାଇଁ କାର୍ଯ୍ୟ କରିବ ବୋଲି କହିବା ସହିତ ଆଗାମୀ ଦିନରେ ଦୁର୍ନୀତି ବିରୁଦ୍ଧରେ ରାଜ ରାସ୍ତାରେ ଆନ୍ଦୋଳନ କରିବ ବୋଲି କହିଥିଲେ। ତିନୋଟି ଦଳର ବିଫଳତା ପରେ ଓଡ଼ିଶା ପରିବର୍ତ୍ତନ ଆଡ଼କୁ ଗତି କରୁଛି। କ୍ଷମତା ପାଇଁ ନୁହେଁ ଓଡ଼ିଶା ବାସୀଙ୍କ ସେବା କରି ଶିକ୍ଷା, ସ୍ଵାସ୍ଥ୍ୟ,ଗମନାଗମନ, ଶିଳ୍ପ,ଜଳସେଚନ, ଖଣି, ଖାଦାନ, ଲଘୁ ଖଣିଜ ପଦାର୍ଥର ସୁରକ୍ଷା ପାଇଁ ଓଡ଼ିଶା ଜନତା କଂଗ୍ରେସ ଦଳ କୁ ଅକୁଣ୍ଠ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ। ଏହି ମହାମିଶ୍ରଣ ପର୍ବରେ ବଡଚଣା,ଧର୍ମଶାଳା, କୋରେଇ, ସୁକିନ୍ଦା , ଯାଜପୁର ବିଞ୍ଝାରପୁର, ବରି ନିର୍ବାଚନ ମଣ୍ଡଳୀ ର ବିଜେପି,ବିଜେଡ଼ି କଂଗ୍ରେସ ଦଳକର୍ମୀ ମାନେ ଦଳ ତ୍ୟାଗକରି ଓଡ଼ିଶା ଜନତା କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ରାଜ୍ୟ ସଭାପତି ମହମ୍ମଦ ମୋକିମ୍ କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଂଜୟ ରାୟ ସଂଗ୍ରାମ୍ ରାୟ, ସୁରେଶ ଚନ୍ଦ୍ର ସାହାଣୀ, ପ୍ରଦୀପ କୁମାର ଧଳ, ଗିରିବାଲା ବେହେରା,ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରଞ୍ଜିତା ରାଉତ୍, ବିଜୟ କୁମାର ଦାସ, ଦୂର୍ଗା ବାରିକ୍, ନିକୁଞ୍ଜ ପ୍ରସାଦ ମହାନ୍ତି, ବଦ୍ରୀ ମହାନ୍ତି, ସାଗରିକା ନାୟକ, ମନୋଜ କୁମାର ଜେନା ଭବାନୀ ଶଙ୍କର ଦେଓ, ମନୋରଂଜନ ନାୟକ ପ୍ରମୁଖ ମିଶ୍ରଣ ପର୍ବର ନେତୃତ୍ୱ ନେଇଥିଲେ।
