ମହାନ ସଙ୍ଘ ପକ୍ଷରୁ ଓଡିଶା ର ବିନ୍ଧାଣି ଗଜପତି ଙ୍କ ତିରୋଧାନ ଦିବସ ପାଳିତ
ବ୍ରହ୍ମପୁର ତା ୨୫/୫/୨୦୨୫ବ୍ରହ୍ମପୁର ର ବହୁ ପୁରାତନ ସ୍ବେଛାସେବୀ ଅନୁଷ୍ଠାନ ମହାନ ସଙ୍ଘ ର ମାସିକ ବୈଠକ ସ୍ଥାନୀୟ ହୋଟେଲ ଗାୟତ୍ରୀ ଠାରେ ସଙ୍ଘ ର ପ୍ରତିଷ୍ଠାତା ସୁଶାନ୍ତ ସାବତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା,ବୈଠକ ସୁ ପରିଚାଳନା କରିଥିଲେ ସଙ୍ଘ ର ସାଧାରଣ ସଚିବ ପ୍ରଶାନ୍ତ କୁମାର ପାତ୍ର ବୈଠକ ର ପ୍ରାରମ୍ଭ ରେ ନୂତନ ଓଡିଶା ପ୍ରଦେଶ ର ବିନ୍ଧାଣି ଶ୍ରୀ ଶ୍ରୀ ଶ୍ରୀ ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ୫୧ ତମ ତିରୋଧାନ ଦିବସ ପାଳନ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କରି ଜୀବନ ଚରିତ୍ର ଓ ନୂତନ ଓଡିଶା ଗଠନ ରେ ତାଙ୍କରି ବଳିଦାନ,ତ୍ୟାଗ ସହିତ ବ୍ରହ୍ମପୁର ସହର ପ୍ରତି ଦେଇଥିବା ଅବଦାନ ବିଷୟରେ ଆଲୋଚନା କରାଯାଇଥିଲା,ମହାନସଙ୍ଘ ଦ୍ୱାରା ପରିଚାଳିତ ରାମଚନ୍ଦ୍ରପୁର ଠାରେ ବିଶ୍ୱନିକେତନ ( ଜରା ନନିବାସ ) ଥିବା ଅନ୍ତେବାସୀ ଙ୍କ ସ୍ୱାସ୍ଥ୍ୟ,ଦୈନନ୍ଦିନ ପରିଚାଳନା ବିଷୟରେ ସଦସ୍ୟ /ସଦସ୍ୟା ମାନେ ଆଲୋଚନା କରିଥିଲେ ଏହା ସହିତ ଆଗାମୀ ଦିନରେ ବିଶାଖାପାଟଣା ଠାରେ ସଙ୍ଘ ର ଏକ ସମ୍ମିଳନୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଓ ବ୍ରହ୍ମପୁର ସହର ରେ ମହିଳା ଙ୍କ ପାଇଁ କିଛି ନୂତନ ପ୍ରକଳ୍ପ ପାଇଁ ବୈଠକ ରେ ଆଲୋଚନା କରାଯାଇଥିଲା ଏହି ଅବସରରେସଞ୍ଜୟ ମାଝୀ,ପ୍ରଭାକର ସାହୁ,ଭିଷ୍ମଚାର୍ଯ୍ୟ ଚୌଧୁରୀ,ବବିତା ପାତ୍ର,ସୁରେଶ ଚନ୍ଦ୍ର ତ୍ରିପାଠୀ,ପ୍ରମୋଦ ମହାରଣା,ଲିପିକା ଜେନା,ପୁଷ୍ପାଞ୍ଜଳି ମହାପାତ୍ର,ନିବେଦିତା ପାଢ଼ୀ,ସନ୍ଧ୍ୟାରାଣୀ ପଟ୍ଟନାୟକ,ମିନା ଦାଶ,ସୁଚେତା ପାଣିଗ୍ରାହୀ,ଡ଼ ଧନ ଲକ୍ଷ୍ମୀ ପଟ୍ଟନାୟକ, ଡ଼ ସୂଚନା ପାଢ଼ୀ ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ l ଶେଷରେ ସଙ୍ଘ ର ବରିଷ୍ଠ ସଦସ୍ୟ ସୌମିକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
