ଗଣିଆର ବିଭିନ୍ନ ସ୍ଥାନରେ ଗୁଣ୍ଡିଚା ମନ୍ଦିରରୁ ରତ୍ନବେଦୀ ଅଭିମୂଖେ ମହାପ୍ରଭୁ ।

ଗଣିଆ – ଗଣିଆର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା ପାଳିତ ହୋଇଯାଇଛି । ଗଣିଆ,ବେଠିଆସାହି,ବେଲପଡାପାଟଣା, ଜଗନ୍ନାଥ ପ୍ରସାଦ ମନ୍ଦିରରେ ଏହି ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ଗୁଡିକରେ ପୂଜାର୍ଚ୍ଚନା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରି ରଥାରୂଢ଼ କରାଯାଇଥିଲା । ରାଜାଙ୍କ ପ୍ରତିନିଧି ଭାବେ ଶାସନ ସମାଜର ସଭାପତି ଗୁରୁଚରଣ ଦାଶ ରଥ ଉପରେ ଛେରାପହଁରା କରିଥିଲେ । ଠାକୁରଙ୍କର ପୂଜାର୍ଚ୍ଚନା ରୀତିନୀତି ଶେଷ ହେବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ରଥ ବ୍ଳକ ସ୍ଥିତ ମାଉସୀମା ମନ୍ଦିରରୁ ବାହାରି ଗଣିଆ କଳାପାଟ ମନ୍ଦିର ନିକଟରେ ପହଞ୍ଚିବା ପରେ ରଥଟଣା କାର୍ଯ୍ୟ ଶେଷ ହୋଇଥିଲା । ଆଜି ମହାପ୍ରଭୁ ସେଠାରେ ବିଶ୍ରାମ ନେବାପରେ ଆସନ୍ତାକାଲି ପୁଣିଥରେ ନିର୍ଧାରିତ ସମୟରେ ରଥଟଣା ହୋଇ ଜଗନ୍ନାଥ ମନ୍ଦିରରେ ପହଞ୍ଚିବ ବୋଲି ମନ୍ଦିର ପରିଚାଳନା କମିଟି ତରଫରୁ ଜଣାପଡିଛି । ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ମନ୍ଦିର ଗୁଡିକରେ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ । ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଏହି କାର୍ଯ୍ୟରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *