ଦୋଳବେଦୀରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ହୋଲିକା ଦହନନୀତି

ଦୋଳବେଦୀରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ମେଣ୍ଢାପୋଡି ବା ହୋଲିକା ଦହନ ନୀତି।ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ଶ୍ରୀମନ୍ଦିରରୁ ମଣି ବିମାନରେ ବିଜେ ହୋଇ ଦୋଳବେଦୀରେ ପହଞ୍ଚିଥିଲେ। ସାଙ୍ଗରେ ଥିଲେ ପଞ୍ଚୁ ପାଣ୍ଡବ। ଦୋଳବେଦୀକୁ ପରିକ୍ରମା କରିବା ପରେ ଦୋଳବେଦୀ ତଳେ ବିରାଜମାନ ହୋଇଥିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା।

ସେଠାରେ ମୁଦିରସ୍ତଙ୍କ ଦ୍ବାରା ବନ୍ଦାପନା ଓ ହୋମ ନୀତି ସମ୍ପନ୍ନ ହେବା ପରେ ହୋଲିକା ଦହନ ନୀତି କରାଯାଇଥିଲା। ଗତକାଲି ମଧ୍ୟାହ୍ନଧୂପ ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଦୋଳବେଦୀକୁ ବିଜେ କରିଥିଲେ |

Leave a Reply

Your email address will not be published. Required fields are marked *