ଗୁପ୍ତକ୍ଷେତ୍ର ରେ ଭକ୍ତ କବି ବଳରାମ ଦାସଙ୍କ ମହାପ୍ରଣାୟଣ ଦିବସ ଅନୁଷ୍ଠିତ l

ଗୋପ ୩୦/୦୧/୨୫ପବିତ୍ର ତ୍ରିବେଣୀ ଅମାବାସ୍ୟାର ସାରସ୍ବତ ସନ୍ଧ୍ୟାରେ ଭକ୍ତ କବି ବଳରାମ ଦାସଙ୍କ ଜନ୍ମପୀଠ ତଥା ଗୁପ୍ତଶ୍ରୀକ୍ଷେତ୍ର ଏରବଙ୍ଗରେ ବଳରାମ ଦାସଙ୍କ ମହାପ୍ରୟାଣ ଅନୁଷ୍ଠିତ ହୋଇଯାଇଛି l ଭକ୍ତ କବି ବଳରାମ ଦାସ ଙ୍କ ଦ୍ବାରା ପ୍ରତିଷ୍ଠିତ ଶ୍ରୀ ବଳରାମଜୀଉ ମନ୍ଦିର ପରିସରରେ ଓଡିଶା ସାହିତ୍ୟ ଏକାଡ଼େମୀ ଓ ପଞ୍ଚସଖା ଭକ୍ତ ବଳରାମ ଦାସ ସୃତି ସଂସଦର ମିଳିତ ଆନୁକୂଲ୍ୟରେ ପାଳିତ ହେଉଥିବା ବଳରାମ ଦାସଙ୍କ ମହାପ୍ରୟାଣ ଦିବସ ଅବସରରେ ସଭାପତିତ୍ୱ କରିଥିଲେ ଭକ୍ତ କବି କବି ବଳରାମ ଦାସ ସ୍ମୃତି ସଂସଦ କମିଟି ର ସଭାପତି ପ୍ରଦୀପ୍ତ କୁମାର ମହାନ୍ତି , ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ମୁଖ୍ୟଅତିଥ୍ : କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ଡକ୍ଟର ଅସିତ୍ ମହାନ୍ତିସମ୍ମାନନୀୟ ଅତିଥିଭାବେ ଡାକ୍ତର ଅଂଶୁମାନ କରଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ସାହିତ୍ୟିକ lଅଧ୍ୟାପକ ଡକ୍ଟର ରମାକାନ୍ତ ନାୟକ ସାହିତ୍ୟିକ lଗୋପ ଅଞ୍ଚଳ ର ବିଶିଷ୍ଟ ସାହିତିକ ତଥା ଶିକ୍ଷାବିତ୍ ପୁନେଶ କୁମାର ସେନାପତି,ମଞ୍ଚ ପରିଚାଳନା କରିଥିଲେ ଗୋପ କଲେଜ ର ପୂର୍ବତନ ଅଧକ୍ଷ ତଥା ବାନରସେନା ପତ୍ରିକା ର ସମ୍ପାଦକ ପ୍ରକାଶ ଚନ୍ଦ୍ର ଖଟୋଇ l ବାର୍ଷିକ ବିବରଣୀ ପାଠ କରିଥିଲେ ଅନୁଷ୍ଠାନ ସମ୍ପାଦକ ନରେଶ ପ୍ରଧାନ l ନୃତ୍ୟ ଓ ସଂଗୀତ ପରିବେଷଣ ଦାୟିତ୍ୱ ରେ ଥିଲେ ଭାଗିରଥି ନାୟକ କାର୍ଯ୍ୟକ୍ରମ ଶେଷରେ ଦାନ୍ୟବାଦ ଅର୍ପଣ କରିଥିଲେ ଗବେଷକ ଗୋନାଥ ମୁଦୁଲି l କାର୍ଯ୍ୟକ୍ରମ ରେ ନିକଟସ୍ତ ସ୍କୁଲ ର ଛତ୍ର ଛାତ୍ରୀମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ କରିବା ସହିତ ଉତ୍ସାହିତ କରାଯାଇଥିଲା l ଉକ୍ତ ଉତ୍ସବ ରେ ଡ଼କ୍ଟର ରମାକାନ୍ତ ନାୟକ ଙ୍କ ଦ୍ଵାରା ଲିଖିତ ପୁସ୍ତକ ଉନ୍ମୋଚନ ହୋଇଥିଲା ” କହଇ ବଳରାମ ଦାସ ” l ଷୋଡ଼ଶ ଶତାବ୍ଦୀର ଭକ୍ତି ଆନ୍ଦୋଳନର ପଞ୍ଚସଖା ମଧ୍ଯରୁ ବୟଜ୍ୟୋଷ୍ଠ ଥିଲେ ଭକ୍ତ କବି ବଳରାମ ଦାସ ତାଙ୍କର ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଏରବଙ୍ଗ ଗ୍ରାମରେ ଜନ୍ମଗ୍ରହଣ ହୋଇଥିଲା l ସମସ୍ତ ଓଡ଼ିଆ ତଥା ଜନସମାଜକୁ ଦିଗ୍ ଦର୍ଶନ ଦେଇଯାଇଛନ୍ତି ।

ତାଙ୍କୁ ସମଗ୍ର ମାନବ ସମାଜରେ ଉଦ୍‌ଜୀବିତ କରି ରଖୁବା ସଂଗେ ସଂଗେ ମଣିଷ ସମାଜ ମଧ୍ୟରେ ବଳରାମ ଦାସଙ୍କୁ ପ୍ରତିଷ୍ଠିତ କରିବା ପାଇଁ ୧୯୯୨ ମସିହାରୁ ବଳରାମ ଦାସ ସ୍ମୃତି ସଂସଦ ଅହରହ କାର୍ଯ୍ୟ କରି ଆସୁଅଛି । ମୁଖ୍ୟତଃ ଅନୁଷ୍ଠାନର ପ୍ରଥମ ସଭାପତି ସ୍ୱର୍ଗତ ହଟକିଶୋର ସ୍ୱାଇଁଙ୍କର ନିଷ୍ଠାପର ପ୍ରଚେଷ୍ଟା ଯୋଗୁଁ ଦୀର୍ଘ 33 ବର୍ଷଧରି ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ପାଳିତଳିତ ହୋଇ ଆସୁଅଛି । ବଳରାମ ରାମ ଦାସଙ୍କ ଦ୍ଵାରା ରଚିତ ଅନେକ ଗ୍ରନ୍ଥ କବିତା କାବ୍ୟ ମଧ୍ୟରୁ ଅନ୍ୟତମ ହେଲା ଦାଣ୍ଡି ରାମାୟଣ ଓ ଲକ୍ଷ୍ମୀପୁର ସମଗ୍ର ଓଡ଼ିଆ ଙ୍କ ଘରେ ଏକ ପର୍ବ ନୁହେଁ ବରଂ ମହୋତ୍ସବରେ ପରିଣତ ହୋଇପାରିଛି l କେବଳ ଓଡିଶା କିମ୍ବା ଭାରତ ନୁହେଁ ସମଗ୍ର ପୃଥିବୀ ର କୋଣ ଅନୁକୋଣ ରେ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀମାନେ ମାର୍ଗଶୀର ମାସ ଗୁରୁବାର ରେ ମାଣବସା ପର୍ବ ପାଳନ କରୁଅଛନ୍ତି । ବଳରାମ ଦାସ ଲଷ୍ମୀପୁରାଣ ମାଧମରେ ସମାଜର କୁସଂସ୍କାର ତଥା ଜାତିଭେଦକୁ ବିଲୋପ କରିବା ପାଇଁ ଏକ ସଚେତନତା ର ବାର୍ତା ଦେଇଯାଇଛନ୍ତି l ଏଥିପାଇଁ କୋଣର୍କ ଠାରେ ଥୁବା ଅବଧୂତ ମଠ ର ମଠାଦୀଶ ବାବା ଆଦିତ୍ୟ ଚରଣ ଦାସ ମହାରାଜା ଙ୍କ ପ୍ରୟାସ ଯୋଗୁଁ ପଞ୍ଚସଖା ଭକ୍ତ ବଳରାମ ଦାସ ସ୍ମୃତି ସଂସଦ ସହଯୋଗରେ ମାର୍ଗଶୀର ମାସ ପ୍ରଥମ ଗୁରୁବାର ରେ ମାଣବସା ମହୋତ୍ସବ ପାଳନ କରାଯାଉଅଛି l ପ୍ରତ୍ୟେକ ବର୍ଷ 50 ରୁ ଉର୍ଦ୍ଧ ସାଧୁ ସନ୍ଥ ମାନଙ୍କ ଉପସ୍ଥିତି ରେ ବଳରାମ ଦାସଙ୍କ ଜୀବନୀ, ସାହିତ୍ୟ ଓ ଭକ୍ତ ଭାବନା ଉପରେ ମନ୍ଦିର ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ବଳରାମ ଦାସଙ୍କ ଫୋଟୋ ଚିତ୍ର କୁ ସମ୍ମାନ ସହକାରେ ଭଜନ କୀର୍ତନ ଓ ନାମ ସକୀର୍ତ୍ତନ କରାଯାଇ ଜନ୍ମପୀଠ ଗୁପ୍ତକ୍ଷେତ୍ର ଏରବଙ୍ଗଠାରେ ଏକ ସାହିତ୍ୟ ଆସର କରାଯାଏ l ଏହି ଅଞ୍ଚଳରେ ବହୁ ଭକ୍ତପ୍ରେମୀମାନେ ଯୋଗ ଦେଇ ଭକ୍ତି ରସରେ ନିଜକୁ ଭିଜାଇଥାନ୍ତି l ଠିକ ସେହିପରି ବଳରାମ ଦାସ ଙ୍କ ଜନ୍ମ ଦିନ ପହିଲି ରଜରେ ହୋଇଥିବାରୁ ପ୍ରତ୍ୟେକ ବର୍ଷ ତାଙ୍କର ଜୟନ୍ତୀ ସମାଧି ପୀଠ ବେଗୁନିଆ ଠାରେ ଥିବା ବଳରାମ ଦାସ ସ୍ମୃତି ସଂସଦ ଦ୍ଵାରା ପାଳନ କରାଯାଏ l

Leave a Reply

Your email address will not be published. Required fields are marked *