ଫୁଲବାଣୀ ସରକାରୀ ମହିଳା ମହାବିଦ୍ୟାଳୟ ରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ ତମ ଜୟନ୍ତୀ ପାଳିତ

ଫୁଲବାଣୀ:-୨୬/୦୪ ଆଜି ସଞ୍ଜୟ ସ୍ମୃତି ସରକାରୀ ମହିଳା
ମହାବିଦ୍ୟାଳୟର ପ୍ରେକ୍ଷାଳୟଠାରେ ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ସମାରୋହ ଅବସରରେ ଏକ ସ୍ମୃତି ଚାରଣ ସଭା ଓ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା,ଫୁଲବାଣୀ ଶ୍ରୀ ଗଦାଧର ପାତ୍ର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ବ୍ୟକ୍ତିତ୍ଵ ଓ ସ୍ଵତନ୍ତ୍ର ଓଡିଶା ଗଠନରେ ତାଙ୍କ ଭୂମିକା ଉପରେ ଆଲୋଚନା କରିବା ସହିତ ତାଙ୍କ ଆଦର୍ଶକୁ ଅନୁସରଣ କରି ଓଡ଼ିଶାର ଗୌରବକୁ ଆହୁରି ଉଚ୍ଚକୁ ନେବା ସହିତ ସଶକ୍ତ ଓଡ଼ିଶା ଓ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରତିଜ୍ଞାବଦ୍ଧ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ସଭାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ-ତଥା-ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସେଠୀ ପରିଚାଳନା କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।


ଏହି ସଭାରେ ଅଧ୍ୟକ୍ଷା,ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟ ଡଃ ତନୁଜା ସିଂ, ଅଧ୍ୟକ୍ଷ, ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ, ଫିରିଙ୍ଗିଆ ଡଃ ବିରଞ୍ଚି ନାରାୟଣ ସାହୁ, ବିଭିନ୍ନ ବୁଦ୍ଧିଜୀବୀ, ସାହିତ୍ୟିକ,ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା,ଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *