ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ପୀଠରେ ମହାଶିବରାତ୍ରି ଓ ୨୯ତମ ବିଶ୍ଵଶାନ୍ତି ମହାଯଜ୍ଞୋ ଉତ୍ସବ ଅନୁଷ୍ଠିତ
ଧର୍ମଶାଳା =ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମହିସରା ପଞ୍ଚାୟତ ରମ୍ପେଇ ତୋଟାସିଂହ ବାଟିଯୋଡ଼ା ଗ୍ରାମସ୍ଥିତ ବାବା ଶ୍ରୀ ଶ୍ରୀ ସ୍ୱପ୍ନେଶ୍ଵର ମହାଦେବଙ୍କ ପୀଠରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମହାସମାରୋହରେ ମହାଶିବରାତ୍ରି ଜାଗର ଯାତ୍ରା ଓ ୨୯ତମ ବିଶ୍ୱଶାନ୍ତି ମହାଯଜ୍ଞୋ ଉତ୍ସବ ର ଗତକାଲି ଶନିବାର କଳସ ଯାତ୍ରା ଅନୁଷ୍ଟିତ ହୋଇଯାଇଛି । ନିତିକାନ୍ତ ଅନୁଯାୟୀ ବାବାସ୍ଵପ୍ନେଶ୍ଵର ମହାଦେବ ଙ୍କର ପୂଜାର୍ଚ୍ଚନା ସହିତ ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିବାର ବ୍ୟବସ୍ଥା କମିଟି ଓ ସେବାୟତଙ୍କ ପକ୍ଷରୁ ସ୍ଥିର କରାଯାଇଥିଲା।ଏହା ସହିତ ତିନି ଦିନ ବ୍ୟାପି ଯଜ୍ଞୋଉତ୍ସ ପାଳନ କରାଯାଉଛି l ଆସନ୍ତା ୧୯ ତାରିଖ ( ଗୁରୁବାର) ଠାରୁ ୨୨ତାରିଖ ୪ଦିନ ବ୍ୟାପି ଯାତ୍ରା ମୋଉଦ ମଣି ଶିବାନୀ ଗଣନାଟ୍ୟ ଜାଗର ଉପଲକ୍ଷେ ଯାତ୍ରା ପରିବେଷଣ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି। ଆଖ ପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ ବାବା ସ୍ୱପ୍ନେଶ୍ୱର ମନ୍ଦିର ପୀଠରେ ଯୋଗଦେବା ସହ ହାତରେ ଦୀପ ଜାଳି ଠାକୁରଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ l ଏହା ସହିତ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ଓ କମିଟି ତରଫରୁ ବ୍ୟାପକ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ସେହିପରି ଧର୍ମଶାଳା ଅଂଚଳ ର ବିଭିନ୍ନ ଶୈବ ପୀଠ ଯଥା ବାବା ଗୋକର୍ନେଶ୍ୱର ମନ୍ଦିରଜାରକା ନୀଳକଣ୍ଠେଶ୍ଵର ମନ୍ଦିର କୁକୁଡାଖାଳି ସୋମେଶ୍ୱର ମନ୍ଦିର ତୁରଙ୍ଗ ସାହସପୁର ନୂଆଗାଁ ଭଳି ଅନେକ ଶୈବ ପୀଠ ମାନଙ୍କରେ ମହାସମାରୋହରେ ଶିବରାତ୍ରି ଓ ଜାଗର ଯାତ୍ରା ପାଳିତ ହୋଇଯାଇଛି l
