ଲୋକନାଥ ଦେବ ଙ୍କ ମହାଶିବରାତ୍ରି ପାଇଁ ବୈଠକ ଅନୁଷ୍ଠିତ
ଲୋକନାଥ ଦେବ ଙ୍କ ମହାଶିବରାତ୍ରି ପାଇଁ ବୈଠକ ଅନୁଷ୍ଠିତ।ପୁରୀ ୧୦/୨ ମାର୍ଚ୍ଚ ଫେବୃଆରୀ ୨୬ ତାରିଖରେ ମହାଶିବରାତ୍ରି।ଲୋକନାଥ ପୀଠ ରେ ପ୍ରଭୁ ଲୋକନାଥ ଦେବଙ୍କ ଜାଗର ଯାତ୍ରା କୁ ସୁଚାରୁରୂପେ ପରିଚାଳନା ପାଇଁ ଏକ ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଉପଜିଲ୍ଲାପାଳ ରାଜ କିଶୋର ଜେନା ପ୍ରତେକ ବର୍ଷ ଜାଗର ଯାତ୍ରା ରେ ବିପୁଳ ଜନସମାଗମ ହୋଇ ଥାଏ।ତେଣୁ ଚଳିତ ଯାତ୍ରାରେ ମଧ୍ୟ ଅନୁରୂପ ଭିଡ଼ ଆଶା କରା ଯାଉଛି।ତେଣୁ ଏହି ପବିତ୍ର ଯାତ୍ରା କୁ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ପରିଚାଳନା ସହ ଯେପରି ଶ୍ରଦ୍ଧାଳୁ ମାନେ ପ୍ରଭୁ ଲୋକନାଥ ଙ୍କୁ ଭଲରେ ଦର୍ଶନ ଓ ପୂଜାର୍ଚ୍ଚନା ସହ ଏକ ସୁଖଦ ଅନୁଭୂତି ନେଇ ଯିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଫେବୃୟାରୀ ୨୪ ତାରିଖରେ ହେବାକୁ ଥିବା ପଙ୍କୋଦ୍ଧର ଏକାଦଶୀ ଓ ଜାଗର ଯାତ୍ରାର ନିତୀକାନ୍ତି ସମୟ ନିର୍ଘଣ୍ଟ ର ସୂଚନା ଦେବା ସହ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଆଇନ ଶୃଙ୍ଖଳା ରକ୍ଷା, ପାର୍କିଂ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ,ପରିଷ୍କାର ପରିଛନ୍ନତା,ପରିମଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ବ୍ୟାରିକେଡ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର,ଆମ୍ବୁଲାନ୍ସ ବ୍ୟବସ୍ଥା, ସୂଚନା କେନ୍ଦ୍ର ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ସଠିକ କାର୍ଯ୍ୟ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ବିରଜା ଶଙ୍କର ରଥ,ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ନିଯୋଗ, ପଙ୍କୋଦ୍ଧର ଏକାଦଶୀ ପାଳିଆ ସେବାୟତ ପ୍ରମୁଖ ଯୋଗ ଦେଇଥିଲେ।
