ମହାଶିବରାତ୍ର ଅବସରରେ ପୁରୁଷୋତ୍ତମପୁର ଅଞ୍ଚକରେ ବିଭିର୍ଣ୍ଣ ଶୈବ ପୀଠ ମାନଙ୍କରେ ହଜାର ହଜାର ଭକ୍ତ

ପୁରୁଷୋତ୍ତମପୁର ୧୬/୨

ମହାଶିବରାତ୍ର ଅବସରରେ ପୁରୁଷୋତ୍ତମପୁର ଅଞ୍ଚକରେ ବିଭିର୍ଣ୍ଣ ଶୈବ ପୀଠ ମାନଙ୍କରେ ହଜାର ହଜାର ଭକ୍ତ ଆଜି ସଖାଳୁ ଉପବାସରହି କ୍ଷୀର, ବେଲପତ୍ର, ଧୂପ, ଦ୍ବୀପ ଶହ ପଇଡ଼, ନଡ଼ିଆ ଆଣି ପ୍ରଭୁଙ୍କ ପାଖରେ ପୂଜାର୍ଚନା କରି ଥିଲେ l ପୁରୁଷୋତ୍ତମପୁର ଅଂଚଳର କପିଳେଶ୍ଵର ମନ୍ଦିର ଅନ୍ୟତମ l କିମ୍ବଦନ୍ତୀ ଅନୁସାରେ ଆଜକୁ ପ୍ରାୟ ୧୨୦୦ ବର୍ଷ ରୁ ଉର୍ଧ୍ଵ ହେବ ଏହି ମନ୍ଦିରକୁ l ପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନରେ ବାହାରିଥିଲେ ସେତେବେଳେ ସେ ଏହି ମନ୍ଦିର ରେ ବିଶ୍ରାମ କରିବାକୁ ରହିଥିଲେ l ଏହି ମନ୍ଦିରରେ ଭକ୍ତମାନଙ୍କ ସୁବିଧା ପାଇଁ ପୋଲିସ ପ୍ରଶାସନ ତରଫରୁ ଲମ୍ବା ଧାଡି କରି ଦର୍ଶନ କରିବାର ଦେଖିବାକୁ ମିଳିଥିଲା l ଏହି ମନ୍ଦିର ବେଢାରେ ମନ୍ଦିର ତରଫରୁ ଭକ୍ତଙ୍କ ମନୋରଞ୍ଜନ ପାଈଁ (ତୁ ବୋଧେ ମୋ ଭାଗ୍ୟରେ ନାହୁଁ ) ନାଟକ ପରିବେଷଣ କରାଯାଇଥିଲା ଯାହାକି ଭକ୍ତଙ୍କୁ ରାତ୍ର ଉଜାଗର ରହିବାରେ ଖୁବ ସାହାଯ୍ୟ କରିଥିଲା l ସେହିପରି ପ୍ରଭୁ ତୁମ୍ବେଶ୍ୱର ମନ୍ଦିରରେ ବି ସଖାଳୁ ହଜାର ହଜାର ଭକ୍ତ ଦର୍ଶନ ଲାଗି ଧାଡି ବାନ୍ଧି ଠିଆ ହୋଉଥିବାର ଦେଖିବାକୁ ମିଳିଥିଲା l ପୁରୁଷୋତ୍ତମପୁର ତହସିଲ ଦାର ନିଜେ ମନ୍ଦିରର ସଭାପତି ରହିଛନ୍ତି ଯେପରି ଭକ୍ତଙ୍କୁ କୌଣସି ଅସୁବିଧା ନ ହେବ ସେଥିଲାଗି ପାଣି ସମସ୍ୟା ଠୁ ଆରମ୍ଭ କରି ଆଲୋକିକରଣ ପର୍ଯ୍ୟନ୍ତ ସମସ୍ତ ସୁଵିଧା କରାଯଇଥିଲା l ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ମନ୍ଦିରରେ ମହାଦ୍ବୀପ ଉଠାଯାଇଥିଲା l ଭକ୍ତଙ୍କ ଉଜାଗର ନିମନ୍ତେ ନାଚ, କୀର୍ତନ ଲଗାଯାଇଥିଲା ଓ ତାହାକୁ ଦର୍ଶକ ବହୁତ ଶୃଙ୍ଖଳିତ ସହକାରେ ଉପଭୋଗ କରିଥିଲେ ଏତଦ ବ୍ୟତୀତ ପ୍ରଭୁ କାଳେସ୍ୱର ଙ୍କ ଯଥା ସମୟରେ ନିତକାନ୍ତି କରାଯଇଥିଲା l ଓ ପ୍ରଭୁ ଗୁପ୍ତେଶ୍ୱର ଙ୍କ ପୀଠ ବି ହଜାର ହଜାର ଭକ୍ତ ଙ୍କ ଗହଣରେ ମହା ଶିବରାତ୍ର ପାଳନ କରାଯାଇଥିଲା l ପୁରୁଷୋତ୍ତମପୁର ସହରର ପୂର୍ବ ଭାଗରେ ଅବସ୍ଥିତ ପ୍ରଭୁ ସ୍ଵପ୍ନେଶ୍ଵର ଙ୍କ ଠାରେ ସଖାଳୁ ରାତ୍ର ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମରେ ବିଭିର୍ଣ୍ଣ ପ୍ରକାରର ସୁବିଧା ସୁଯୋଗ ଥିଲା l ଶ୍ରଦ୍ଧାଳୁ ମାନେ ନିଜ ନିଜ ପୂଜା କରି ପ୍ରଭୁଙ୍କ କୃପା ଲାଭ କରିଥିଲେ l
ପୁରୁଷୋତ୍ତମପୁର ସହରର ସମସ୍ତ ଶୈବ ପୀଠରେ ଅତି ଶାନ୍ତି ଶୃଙ୍ଖଳାର ସହକାରେ ଶିବରାତ୍ର ପାଳନ ହେଉଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଅତି ଖୁସିବ୍ୟକ୍ତ କରିଥିଲେ l

Leave a Reply

Your email address will not be published. Required fields are marked *