କନିମୁଳ ପଂଚାୟତ ପାଇଁ ଗର୍ବ ଓ ଗୌରବ ମହେନ୍ଦ୍ର କୁମାର ଜେନା(କୁମା)
କନିମୁଳ ପଂଚାୟତ ପାଇଁ ଗର୍ବ ଓ ଗୌରବ ମହେନ୍ଦ୍ର କୁମାର ଜେନା(କୁମା)
ତିର୍ତ୍ତୋଲ ୨୯/୯- ଓଡ଼ିଶା ପ୍ରଶାସନିକ ସେବାରେ ୨୪୭ ରଃ୍ୟାଙ୍କ ରଖି ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ କନିମୁଳ ପଂଚାୟତ ପାଇଁ ମହେନ୍ଦ୍ର କୁମାର ଜେନା(କୁମା) କୃତକାର୍ଯ୍ୟ ହୋଇ ଗର୍ବ ଓ ଗୌରବ ଆଣିଦେଇଛନ୍ତି । ତସଙ୍ଗରା ବ୍ରହ୍ମପୁର ଗ୍ରାମର ମାତା ବଚନ ଜେନା ଓ ସ୍ୱର୍ଗତ ମହେଶ୍ୱର ଜେନାଙ୍କ ସୁପୁତ୍ର ମହେନ୍ଦ୍ର କୁମାର ଜେନା ଅଟନ୍ତି l ସେ ଭାରତୀୟ ସେନା ରେ କାର୍ଯ୍ୟ କରି ଅବସର ନେବାପରେ ଅଧ୍ୟାପନା କରୁଥଲେ l ୪୪ ବର୍ଷ ବୟସରେ ଓଡ଼ିଶା ପ୍ରଶାସନିକ ସେବାରେ ନିଜକୁ ପ୍ରସ୍ତୁତ କରିଥିଲେ l କଥା ଅଛି ଇଛା ଶକ୍ତି ଆଗରେ ବୟସ ହାର ମାନିଥାଏ l ଶ୍ରୀଯୁକ୍ତ ଜେନାଙ୍କ ସଫଳତା ପାଇଁ କନିମୁଳ ପଞ୍ଚାୟତ ଗର୍ବିତ l ଶ୍ରୀଯୁକ୍ତ ଜେନାଙ୍କୁ ତାଙ୍କ ସଫଳତା ପାଇଁ ଏକ ନମ୍ବର ଜୋନ ପୂର୍ବତନ ଜ଼ିଲ୍ଲାଲାପରିଷଦ ସନାତନ ଦଳାଇ, ପୂର୍ବତନ ସମିତି ସଭ୍ୟ ତଥା ଶିକ୍ଷାବିତ୍ ଗୋପୀନାଥ ଦାଶ, ଶିକ୍ଷାବିତ୍ ରବୀନ୍ଦ୍ରନାଥ ମହାପାତ୍ର, ନୃସିଂହ ଚରଣ ଲେଙ୍କା, ଶିକ୍ଷାବିତ୍ ପ୍ରବୋଧ କୁମାର ପରିଜା, ଯୁବ ସଂଗଠକ ପ୍ରଭାସ କୁମାର ସାହୁ, ପ୍ରଶାନ୍ତ ରାଉତ, ରାଜେନ୍ଦ୍ର ପ୍ରସାଦ ଦାସ, ଅଭୟ କୁମାର ଦାସ, ପବିତ୍ର ମୋହନ ସ୍ୱାଇଁ, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ପ୍ରଣବ କୁମାର ସାହୁ, ରଞ୍ଜନ ଖୁଣ୍ଟିଆ, ନାରାୟଣ ରାଉତ, ଅଭିମନ୍ୟୁ ବିଶ୍ଵାଳ, ମନୋରଞ୍ଜନ ଦଳାଇ, ଶିବ ଶଙ୍କର ସ୍ୱାଇଁ, ବିକାଶ ପଣ୍ଡା, ତାପସ ରାଉତ, ବିଜୟ କୁମାର ମଲ୍ଲିକ, ଅନିଲ ଦାସ, ପ୍ରଶାନ୍ତ ସ୍ୱାଇଁ, ଅନିରୁଦ୍ଧ ପତି, ସୁଶାନ୍ତ କୁମାର ନାୟକ, ଦିଲୀପ କୁମାର ପରିଡ଼ା ପ୍ରମୁଖ ଅଶେଷ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସୁଖ ଓ ସମୃଦ୍ଧିପାଇଁ ମା’ ଶାରଳା ଓ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି l
