ମହିମା ଅଲେଖ

ମହିମା ଅଲେଖ
ବିଶ୍ୱ ବାସୀ ଙ୍କ ମଙ୍ଗଳ ପାଇଁ ମହିମା ସ୍ବାମୀ ଙ୍କ ଦାନ
ଅଣାକାର ବ୍ରହ୍ମ ହୃଦୟ ରେ ମନ
ସକଳ ସେବାରେ ପୂଣ୍ୟ
ମହିମା ସ୍ବାମୀ ଙ୍କ ଦାନ।।
ରାତ୍ର ଭୋଜନ କୁ ବାରଣ କରନ୍ତି
କୀଟ ପତଙ୍ଗ ଙ୍କ ପାଇଁ
ଅଗ୍ନି ମୁଖରେ ନପଡିବା‌ ପାଇଁ
ହୃଦୟେ ଆବେଗ ନେଇ
କୀଟ ପତଙ୍ଗ ଙ୍କ ପାଇଁ।।
ପ୍ରାତ ସ୍ନାନ ଜୀବନ ଧନ୍ଯ
ବାର୍ତ୍ତା ପ୍ରଦାନ ପାଇଁ
ବ୍ରହ୍ମ ମୂହୁର୍ତ୍ତ ରେ ସ୍ନାନ କାର୍ଯ୍ୟ ସାରି
ଗୁରୁ ପଦେ ମନ ଦେଇ
ବାର୍ତ୍ତା ପ୍ରଦାନ ପାଇଁ।।
ଅଣାକାର ବ୍ରହ୍ମ ସ୍ଥାପିତ ହୋଇଛି
ମହିମା ଧର୍ମର ପାଇଁ
ମହିମା ଅଲେଖ ଶରଣ ପଶନ୍ତି
ଡାକି ମହିମା ଗୋସାଇଁ।
ମହିମା ଧର୍ମର ପାଇଁ।।
ନଡ଼ାରେ ଶୁଅନ୍ତି ପତ୍ର ରେ ଖାଆନ୍ତି
ଭୁଞ୍ଜନ୍ତି ମହିମା ନାମେ
ଏ ନାମରେ ମୁକ୍ତି ଲଭନ୍ତି ସମସ୍ତେ
ପବିତ୍ର ମହିମା ଧାମେ
ଭୁଞ୍ଜନ୍ତି ମହିମା ନାମେ।।
ବାବା ରଘୁନାଥ ବାବା ସୁଶାନ୍ତ ଯେ
ମହିମା ଧର୍ମର ପାଇଁ
ଡାକନ୍ତି ସମସ୍ତ ମହିମା ସାଧୁଙ୍କୁ
ଏକାଗ୍ରତା ମନ ନେଇ
ମହିମା ଧର୍ମର ପାଇଁ।।
ମହିମା ଗାଦି ଯୋରନ୍ଦା ପିଠ ଯେ
ଭକତ ମାନଙ୍କ‌‌ ପାଇଁ
ମାଘ ପୂର୍ଣିମା ରେ ମାଘ ମେଳା ହୁଏ ଭକତ ଆସନ୍ତି ଧାଇଁ
ଭକତ ମାନଙ୍କ ପାଇଁ।।
ନାହାନ୍ତି କେହି ଯେ ଆତ୍ମିୟ ସତ୍ଜନ
ମହିମା ସାଧୁଗଣର
ପୃଥିବୀ ର‌ ହିତେ‌ ବତୀ ଲଗାଅନ୍ତି ହୋଇଣ ଯତ୍ନେ ତତ୍ପର
ମହିମା ସାଧୁଗଣର।।

ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଊ

Leave a Reply

Your email address will not be published. Required fields are marked *