ତ୍ରିନାଥ ଜରାଶ୍ରମ ରେ ମକର ମିଳନ ଅନୁଷ୍ଠିତ
ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତର୍ତ୍ତଙ୍ଗ ସ୍ଥିତ ତ୍ରିନାଥ ଜରାଶ୍ରମ ରେ ମକର ମିଳନ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସଭାପତି କୈଳାସ ଚନ୍ଦ୍ର ମୁଦୁଲି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମକର ମିଳନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରଦୀପ କୁମାର ଶତପଥି,ଅନୁଷ୍ଠାନ ର ସମ୍ପାଦକ ପ୍ରଶାନ୍ତ କୁମାର ମଲ୍ଲିକ, ମୁଖ୍ୟ ବକ୍ତା ନିକୁଞ୍ଜ କିଶୋର ବେହେରା, ଶରତ ଚନ୍ଦ୍ର ବାରିକ, ବିଜୟ କୁମାର ରଥ, ଗୋପବନ୍ଧୁ ନାୟକ ପ୍ରମୁଖ ଯୋଗ ଦେଇ ଜରାଶ୍ରମ ରେ ରହୁଥିବା ବୃଦ୍ଧ ବୃଦ୍ଧା ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହିତ ଜରାଶ୍ରମ ର ଉନ୍ନତି ବାବଦରେ ଆଲୋଚନା କରିଥିଲେ । ପରେ ମକର ମିଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ସମ୍ମାନିତ ଅତିଥି ଓ ଜନସାଧାରଣ ମାନେ ଯୋଗ ଦେଇ ମକର ଚାଉଳ ଖାଇବା ସହିତ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ ।
ଜଗତସିଂହପୁର ରୁ Rita ସାହୁ
