ମକର ଗୁଡ଼ି ତୁ ଯା’ରେ ଉଡ଼ି ଉଡ଼ି
ମକର ଗୁଡ଼ି ତୁ ଯା’ରେ ଉଡ଼ି ଉଡ଼ି
🖊️କବିରତ୍ନ ନୂତନ କୁମାର ବେହେରା
ମକର ଗୁଡ଼ି ତୁ ଯା’ରେ ଉଡ଼ି ଉଡ଼ି
ଲମ୍ବା ସୂତାର ନଟେଇ ମୁଁ ଧରିଛି ଭିଡ଼ି
ଚକ୍କର କାଟି ହୁଅନା ଭିଡ଼ିମୁଡ଼ି
ଆକାଶ ଡାକୁଛି ତୋତେ ନାହିଁ ବରଷା ଝଡ଼ି
ତୋ ସାଥେ ମୁଁ ସଂପର୍କ ରଖିଛି ଯୋଡ଼ି
ସଂପର୍କ ବିନା ଜୀବନ ହୁଏନା ସଜାଡ଼ି
ମଜା ମଉଜେ ହୁଏ କେତେ ହାସ୍ୟ ରଡ଼ି
ମକର ଗୁଡ଼ି ତୁ ଯା’ରେ ଉଡ଼ି ଉଡ଼ି
ମୋ ହାତେ ଅଛି ତୋର ଜୀବନ ନାଡ଼ି
ଅମାନିଆଁ ହେଲେ ତୁ ପଡ଼ିବୁ ଛିଡ଼ି
ଦୁନିଆଁ ଯାକ ମିଛ ମାୟା ମୋହର ସିଡ଼ି
ଯିବୁନି ଅନ୍ଧକାରେ ତୁ ଆଲୋକ ଏଡ଼ି
ଝୁଣ୍ଟିବୁ ଯେବେ ମାଟିରେ ପଡ଼ିବୁ ମୁହଁ ମାଡ଼ି
ଲୋକେ ହସି ଦେଇ ଯିବେରେ ସବୁ ଛାଡ଼ି
ମକର ଗୁଡ଼ି ତୁ ଯା’ରେ ଉଡ଼ି ଉଡ଼ି
ଉଡ଼ିବୁ ଯେତେ ଉଡ଼ ମୋ ଭରସା ଲୋଡ଼ି
ମକର ପରବ ଆସିଛି ଯା’ ନା’ ହୁରୁଡ଼ି
ଲଢ଼ି ଶିଖିଲେ ଜିତିବୁ ପାଳି ଆଗକୁ ଯିବୁ ମାଡ଼ି
ତୋ ପଛରେ ଯିବେ ସବୁ ହୋଇ ଧାଡ଼ି
ଆଗେ ଥାଇ ଦେଖାଇବୁ ବାଟ ହାତ ଝାଡ଼ି
ତୋତେ ଦେଖି ହେବେନି କେହି କର୍ମକୋଢ଼ି
ମକର ଗୁଡ଼ି ତୁ ଯା’ରେ ଉଡ଼ି ଉଡ଼ି
ତୋ ପରି ମୁଁ ବି ତ ଏକ ଉଡ଼ନ୍ତା ଗୁଡ଼ି
ମୋତେ ଉଡ଼ାଇ ଦେଇ ନଟେଇ ଧରିଛି ଭିଡ଼ି
ଉଡ଼ି ଉଡ଼ି ଯାଏ ମୁଁ ଯୁଆଡ଼େ ଦିଏ ମୋଡ଼ି
ସେ ତ ଅଦେଖା ଅଜଣା ଦଇବ ଦଉଡ଼ି
ତାର ମୋର ସଂପର୍କ ଖିଅ ଯେବେ ଯିବ ଛିଡ଼ି
ଧୂଳିମାଟି ଭୂଇଁରେ ପଡ଼ିବି ମୁଁ ବି ମୁହଁ ମାଡ଼ି
ମକର ଗୁଡ଼ି ତୁ ଯା’ରେ ଉଡ଼ି ଉଡ଼ି…।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା
କୋହି,ବାରିପଦା,ମୟୂରଭଞ୍ଜ।
