ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କନ୍ଦରାପଟି ବେଲ ବିହାରୀ ମହାପୁରୁଷ ଙ୍କ ପୀଠରେ ମକର ଉତ୍ସବ ଅନୁଷ୍ଠିତ

Date-14/01/26*ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ କନ୍ଦରାପଟି ବେଲ ବିହାରୀ ମହାପୁରୁଷ ଙ୍କ ପୀଠରେ ମକର ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବେଲ ବିହାରୀ ମକର ଉତ୍ସବ କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଗ୍ରାମବାସୀ ଙ୍କ ସହିତ ବହୁ ସାଧୁସନ୍ଥ ଓ ଓଡ଼ିଶା ଗୀତା ବିଶ୍ୱବିଦ୍ୟାଳୟ ର କର୍ମକର୍ତ୍ତା ମାନେ ଯୋଗ ଦେଇ ଅବହେଳିତ ହୋଇ ରହିଥିବା ଏହି ବେଲ ବିହାରୀ ପୀଠର ଉର୍ଣ୍ଣତି କରଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ । ତେବେ ମକର ଉତ୍ସବ ଉପଲକ୍ଷେ ସୂର୍ଯ୍ୟ ପୂଜା, ନାମ ସଂକୀର୍ତନ ଓ ଗୀତା ଜ୍ଞାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହା ସହିତ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହିତ ସିଦ୍ଧ ବେଲ ବିହାରୀ ମହାପୁରୁଷ ଙ୍କ ଆଶୀର୍ବାଦ ଲାଭ କରିଥିଲେ ।

Leave a Reply

Your email address will not be published. Required fields are marked *