ମାଲକାନଗିରି ଜିଲ୍ଲା ସମର୍ପଣ ମଣ୍ଡଳ ସ୍ତରୀୟ ଶ୍ରୀଅରବିନ୍ଦ ସାହିତ୍ୟ ସମ୍ମିଳନୀ ଆୟୋଜିତ

ମାଲକାନଗିରି ୧୦/୧୧,ଜିଲ୍ଲାର ସଦର ମହକୁମା ଠାରେ ଅବସ୍ଥିତ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରରେ ଜିଲ୍ଲା ଶ୍ରୀ ଅରବିନ୍ଦ ସାହିତ୍ୟ ପରିଷଦ ଓ ଜିଲ୍ଲା ପାଠଚକ୍ର ସଂଗଠନ ମାଲକାନଗିରି। ର ଆନୁକୁଲ୍ୟରେ ଏକ ୨ ଦିନିଆ ସମ୍ମିଳନୀ (୮/୧୧- ୯/୧୧) ଆୟୋଜିତ ହୋଇ ଯାଇଛି।: ଏହାର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ବିଜୟାନନ୍ଦ ଦାସ , ବିଚିତ୍ର।ନନ୍ଦ ରାଉତ , ଦିଲୀପ କୁମାର ଓଝା ଆବାହକ ସୁରେଶ ଚନ୍ଦ୍ର ମିଶ୍ର ଓ ପ୍ରଶାନ୍ତ କୁମାର ସ୍ବାଇଁ ଆଦିଙ୍କ ଆହ୍ବାନ କ୍ରମେ ସ୍ଥାନୀୟ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ପ୍ରାଙ୍ଗଣ ରେ ମାତୃ ପତାକା ଉତ୍ତୋଳନ, ପୂଷ୍ପ।ର୍ପଣ, ଦୁର୍ଗାସ୍ତୋତ୍ର ପାଠ,ଧ୍ୟାନ ଓ ପ୍ରାର୍ଥନା ପରେ ଶ୍ରୀ ଅରବିନ୍ଦ ସାହିତ୍ୟ ଉପରେ କିଛି ଗୁରୁତ୍ବପୂର୍ଣ୍ଣ ଯୁଗ ଉପଯୋଗୀ ସନ୍ଦର୍ଭ ସଂମ୍ପର୍କରେ ସବିଶେଷ ଆଲୋଚନ। କରିଥିଲେ, ଶ୍ରୀ ମଧୁ ସୁଦନ ମହାପାତ୍ର(ପଣ୍ଡିଚେରୀ),ସୁଧୀର।

ରାଉତ(ନବରଙ୍ଗପୁର),ଦେବବ୍ରତ ନାୟକ(ଉମରକୋଟ),ଝ।ନସି ସିଂହ(ସେମିଳିଗୁଡା) ଆଦି ସୁବକ୍ତା ଗଣ।ମତୃବନ୍ଦନ। ଗାନ କରିଥିଲେ କଣ୍ଠ ଶିଳ୍ପୀକୁଞ୍ଜଳତା ଦଳାଇ(ବାଲିମେଳା) ଓ କବିତା ସ୍ବାଇଁ । ଶ୍ରୀ ମା ଓ ଶ୍ରୀ ଅରବିନ୍ଦ ସାହିତ୍ୟକୁ ଭବିଷ୍ୟତ ର ସାହିତ୍ୟ ଓ ଦିବ୍ୟ ଚେତନା ର ଉତ୍ସ ବୋଲି ଅଭିହିତ କରା ଯାଇ ଥିଲା ଯେଉଁ ଥିରେ ଯୋଗ ଦେଇଥିଲେ ଶତାଧିକ ଭକ୍ତ ଓ ସାହିତ୍ୟ ଅନୁରଗୀ ସୁଧିଜନ।

Leave a Reply

Your email address will not be published. Required fields are marked *