ମାଲକାନଗିରି ଜିଲ୍ଲାରେ ( ଆଦିବାସୀ) ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଆୟୋଜିତ

ମାଲକାନଗିରି ୨୫/୧୧ କେନ୍ଦ୍ର ସରକାରଙ୍କ “ମୋଟା”‘(MOTA) ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଅନୁଷ୍ଠାନ, ଜନ ଶିକ୍ଷଣ ସଂସ୍ଥାନ ଆନୁକୁଲ୍ୟରେ ଗତଦିନ ଏକଦିନିକିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଆୟୋଜିତ ହେଇ ମାଲକାନଗିରିଜିଲ୍ଲାର ବିଭିନ୍ନ ବ୍ଲକ୍ ମାନଙ୍କରେ କାର୍ଯ୍ୟରତ ଜନଜାତି କୌଶଳ କେନ୍ଦ୍ର ରସାଧନ କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ର ନିର୍ଦ୍ଦେଶକ ସୁଶାନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିର ରେ କର୍ମୀମାନଙ୍କୁ ସମାଜରେ ବାସ କରୁଥିବା ଅବହେଳିତ ଜନତାଙ୍କ ମଧ୍ୟରୁ ଯୋଗ୍ୟ ହିତାଧୀକାରୀ ଚିହ୍ନଟ କରି ସରକାରଙ୍କ ପକ୍ଷରୁ ସ୍ଥିରୀକୃତ ବିଭିନ୍ନ ପ୍ରକାରର ଟ୍ରେଡ ରେ ଆବଶ୍ୟକୀୟ ଜ୍ଞାନ କୌଶଳ ପ୍ରଦାନ ପୂର୍ବକ ସେମାନଙ୍କୁ ଆତ୍ମ ନିର୍ଭର କରିବା ସହ ସମାଜର ଆର୍ଥିକ ଅନଗ୍ରସର ବର୍ଗଙ୍କ କଲ୍ୟାଣ ସାଧନ ଲାଗି ଆବଶ୍ୟକୀୟପ୍ରଭ।ବକ।

ରୀକଳା ଓ କୌଶଳ ସଂମ୍ପର୍କରେ ତାଲିମ ପ୍ରଦାନ କରିଥିଲେ ଅଧ୍ୟାପକ ଡକ୍ଟର ସରୋଜ କୁମାର ଦାଶ। ଅନୁଷ୍ଠାନରପ୍ରକଳ୍ପ ଅଧିକାରୀ , ଶିବରାମ ସ୍ବାଇଁ ,ବିଜୟ ହଲଦ।ର୍ ଓ ଜ୍ୟୋତି ରଂଜନ ପାଣିଗ୍ରାହୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି କର୍ଯ୍ୟକ୍ରମ କୁ ସଫଳ ପରିଚାଳନା କରିଥିଲେ।ପ୍ରଶିକ୍ଷଣ ଶେଷରେ ଏକ ମନୋରଞ୍ଜନ ଧର୍ମୀ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ଆଗାମୀ ଦିନରେ ପ୍ରଶିକ୍ଷ।ତ୍ରୀ ମାନେ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳ ମାନଙ୍କରେ ଏହି କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ଶପଥ ଗ୍ରହଣ କରିବା ସହିତ ଆନୁଷ୍ଠାନିକ ଭାବେ ଶିବିରଉଦଯାପିତ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *