ପ୍ରସବ ପୂର୍ବ ବେଆଇନ ଲିଙ୍ଗ ନିରୂପଣ ଓ କନ୍ୟା ଭୃଣ ହତ୍ୟା ରୋକିବ ମାଲକାନଗିରି ଜିଲ୍ଲା:ଅତିରିକ୍ତ ଜିଲ୍ଲାପାଳ
ମାଲକାନଗିରି,୨୬/୯ଆଜକୁ ପ୍ରାୟ ତିନି ଦଶନ୍ଧି ପୂର୍ବରୁ ଆମ ଦେଶରେ ଲିଂଗା ନୂପ।ତରେ ସୁଧାର ଓ ବେଆଇନ କନ୍ୟା ଭୃଣ ହତ୍ୟା ରୋକିବ।ଭଳି ମହତ୍ ଉଦ୍ଦେଶ୍ୟରେ ବିଧିବଦ୍ଧ ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ କିଛମାତ୍ରାରେ ଏହି ଜଘନ୍ୟ ଅପରାଧ ଚାଲୁ ରହିଥିବା ଜଣାପଡିଛି।ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଏହାକୁପ୍ରତିହତ କରିବା ନିମନ୍ତେ , ଜିଲ୍ଲାପାଳଙ୍କନିର୍ଦେଶ କ୍ରମେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମନାଥ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଏହି ପରାମର୍ଶ ଦାତ। କମିଟି ବୈଠକ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୋଳ।ମଣି ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ରଶ୍ମି ରଂଜନ ସେନାପତି,ଜିଲ୍ଲାସୂଚନା ଓ ଲୋକସଂପର୍କ ଅଧକାରୀ ସୁଶ୍ରୀ ପ୍ରମିଳା ମାଝୀ ଙ୍କ ସହ କିଛି ଅନ୍ୟଡାକ୍ତର ଓ ସମାଜ ସେବୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଦେଶରେ ବଳବତ୍ତର ଥିବା ଆଇନ ରପ୍ରାବଧାନ ଅନୁଯାୟୀ ଏହିଭଳି ଅମାନବୀୟ କର୍ମରେ ଲିପ୍ତ ଥିବାସଂସ୍ଥା ଓ ବ୍ୟକ୍ତି ବିଶେଷ ଙ୍କ ଉପରେନଜର ରଖିବା ସହ ଅଚାନକ ଚଢ଼ାଉ କରିବା ତଥା ପ୍ରାକ୍ ଗର୍ଭ ଧାରଣ ପ୍ରସବ ପୂର୍ବ ନିଦାନ ଆଇନ୍ ର କଡ଼ା କଡ଼ି ପାଳନ କରିବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କର।

ଯାଇଥିଲା। ଜିଲ୍ଲାରେ ଥିବା ଅଲଟ୍ରାସାଉଣ୍ଡ ସେଣ୍ଟର୍ ଗୁଡିକର କାର୍ଯ୍ୟକାରିତା ଉପରେ ତୀକ୍ଷ୍ଣ ନଜର ରଖିବା ଉପରେ ମଧ୍ୟ ଅନୁରୂପ ପରାମର୍ଶ ଗ୍ରହଣ କର। ଯାଇଥିଲା।ସହକାରୀ ମ୍ୟାନେଜର ଶ୍ରୀ ସୂର୍ଯ୍ୟ ମହାପାତ୍ର ଏହାକୁ ପରିଚାଳନା କରିଥିଲାବେଳେ ଡି ଏମ ଆର୍ ସି ଏଚସୂର୍ଯ୍ୟ ପ୍ରତାପ ମାନସିଂହ ଓ ଏ ଡି ପି ଏ ଚ୍ ସି ଓ ଶ୍ୟାସୁନ୍ଦରପୁର ମାଝୀ ମଧ୍ୟ ଏଥିରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ।ଆଶା କରାଯାଏ ,ମାଲକାନଗିରି ରାଜ୍ୟର ଏକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଜିଲ୍ଲା ହେଲେମଧ୍ୟ ଏହି ଭଳି ଏକ ସ୍ପର୍ଶ କ।ତର ପ୍ରସଙ୍ଗରେ ଉଲ୍ଲେଖନୀୟ ସଫଳତା ହାସଲ କରିବାର ପ୍ରୟାସରେ ସଫଳକ।ମ ହୋଇପାରିବ।
