ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ର ୧୪ ଦଫା ଦାବି ପ୍ରଦାନ
ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ର ୧୪ ଦଫା ଦାବି ପ୍ରଦାନ ======================ମାଲକାନାଗିରି ୨୨/୮,ଆଦିବାସୀ ଅଧ୍ୟୁଷିତ ମାକାନଗିରି ଜିଲ୍ଲାର ମୂଳ ବାସିନ୍ଦା ଭାବରେ ବସବାସ କରି ଆସୁଥିବା ସମସ୍ତ ଆଦିବାସୀ ସମ୍ପ୍ରଦାୟ ର ସଭାପତି ,ସମ୍ପାଦକ ଓ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ଆଦିବାସୀ ମହାସଂଘ ଗଠିତ ହୋଇ ସେମାନଙ୍କରବହୁବିଧ ସମସ୍ୟା ଉପରେ ସବିଶେଷ ଆଲୋଚନା ହୋଇ ୧୪ ଦଫା ଦାବିପତ୍ର ପ୍ରସ୍ତୁତ କରା ଯାଇଛି,ଯାହା ଜିଲ୍ଲାପାଳ ଙ୍କୁପ୍ରଦାନ କରା ଯାଇଛି। ଏନେଇ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି, ଯେଉଁ ଥିରେ ଜିଲ୍ଳାର ଆଦିବାସୀ ଶିକ୍ଷା, ସ୍ୱାସ୍ଥ୍ୟ,ଜୀବିକା ନିର୍ବାହ, ସାମାଜିକ, ଅର୍ଥିକ ତଥା ସାଂସ୍କୃତିକ ବିକାଶ ସହଜିଲ୍ଲାରେ ବିଭିନ୍ନ ପ୍ରକଳ୍ପରେ ବିସ୍ଥାପିତ ମାନଙ୍କ ଉଚିତ୍ ଥଇଥାନ, ଜମି ପଟ୍ଟା ପ୍ରଦାନ, ଆଦିବାସୀ ଗ୍ରାମକୁ ରାଜସ୍ବ ଗ୍ରାମ ର ମନ୍ୟତପ୍ରଦନ, ଜଙ୍ଗଲ ଜାତ ଦ୍ରବ୍ୟରଉଚିତ ମୂଲ୍ୟ ନିରୂପଣ, ବେଆଇନ ଭାବେ ବାଲି ଓ ପଥର ଚାଲାଣ ଦମନତଥା ଆଦିବାସୀ ମାନଂକ ପ୍ରତି ନିରଙ୍କୁଶ ଭାବେ ହେଉଥିବା ନାନା ଅନ୍ୟାୟ ଓ ଅତ୍ୟାଚାର ର ନିୟନ୍ତ୍ରଣ କରିବା ପ୍ରସଙ୍ଗ ମାନ ସ୍ଥାନିତ କରାଯାଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରା ଯାଉ ବୋଲିସଭାପତି ଶ୍ରଯୁକ୍ତ ବନ୍ଧୁ ମୁଦୁଲି ସ୍ପଷ୍ଟ କରୁଛନ୍ତି ।ଆଶା କରାଯାଏ ଏହି ପ୍ରସଙ୍ଗ ଗୁଡ଼ିକ ସମ୍ପର୍କରେ ପ୍ରଶାସନ ଆଗାମୀ ଦିନରେ ଅଧିକରୁ ଅଧିକ କ୍ରିୟାଶୀଳ ହେବା,ଯାହା ଫଳରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ସାଧିତ ହୋଇପାରିବ।
