ମମତା
ମମତା
ମାଆ ର ମମତା କେ ମାପି ପାରିବ
ତା’ର ମାପ ଯନ୍ତ୍ର ନାହିଁ
ପିତା ର ଆଶିଷ କେ ଦେଇ ପାରିବ
ଜଗତ ଭିତରେ ନାହିଁ
ତା’ର ମାପ ଯନ୍ତ୍ର ନାହିଁ।
ମମତାମୟୀ ସ୍ନେହମୟୀ ମାଆ
ପଣତ କାନି ତା ନେତ
ମମତା ମଧ୍ୟରେ ସନ୍ତାନ ସନ୍ତତି
ମାଆ ଅନେକ ଯତ୍ନ
ପଣତ କାନି ତା ନେତ।
ବାପା ର ଆଶିଷ ସନ୍ତାନ ଙ୍କ ପାଇଁ ସଦା ସର୍ବଦା ଯେ ଖୋଲା
ଆତ୍ମତୃପ୍ତି ପାଏ ସନ୍ତାନ ସନ୍ତତି
ସତେପରା ଥାଏ ମେଲା
ସଦା ସର୍ବଦା ଯେ ଖୋଲା।
ସ୍ତ୍ରୀ ର ମମତା ସ୍ବାମୀ ପାଇଁ ରହେ
ରୋଗ ଶଯ୍ୟା ଓ ବିପଦେ
ରାତି ଦିନ ରହି ସେବା କରୁଥାଏ
ଭୁଲି ଯାଏ ସେ ସମ୍ପଦେ
ରୋଗ ଶଯ୍ୟା ଓ ବିପଦେ।
ସ୍ତ୍ରୀ ସ୍ବାମୀ ଦୁହେଁ ମମତା ରେ ବନ୍ଧା
ଅନାବିଳ ସ୍ନେହ ରସେ
ଗୋଟିଏ ମୁଦ୍ରା ର ଦୁଇଟା ପାର୍ଶ୍ଵରେ ରହନ୍ତି ଭାରି ହରଷେ
ଅନାବିଳ ସ୍ନେହ ରସେ।
ମମତା ର ମୂଲ୍ୟ କେ ଦେଇ ପାରିବ
ଏହି ଧରଣି ପୃଷ୍ଠରେ
ଯେ ଦେଇ ପାରିବ ସେ ଋଣ ସୁଝିବ
କଥା ରହିବ ମର୍ତ୍ତ୍ୟରେ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ,୭୫୯୦୧୬
