ମମିତା ମେହେର ହତ୍ୟାକାଣ୍ଡ ମାମଲା :ଭଦ୍ରକରେ ବିଜେପିର ୬ ଘଣ୍ଟିଆ ବନ୍ଦ ପାଳନ, ଚକ-ଅଖ ସବୁ ଠପ୍

ଭଦ୍ରକ, ୩୦/୧୦: ୬ ଘଣ୍ଟିଆ ଭଦ୍ରକ ବନ୍ଦ । ଅଖ, ଚକ ବନ୍ଦ ଘୋଷଣା କରିଛି ଭଦ୍ରକ ଜିଲ୍ଲା ବିଜେପି। ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଗିରଫ ସହ ବହିଷ୍କାର ଦାବି ନେଇ ବିଜେପି ବନ୍ଦ ଡାକରା ଦେଇଛି ।ତେବେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ବିଜେପି ବାରମ୍ବାର ଅଭିଯୋଗ ଆଣିଛି । ସକାଳ ୬ରୁ ଦିନ ୧୨ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ବନ୍ଦ ପାଳନ କରୁଛି ବିଜେପି । ଜିଲ୍ଲାର ସମସ୍ତ ବ୍ଲକରେ ସ୍କୁଲ, କଲେଜ, ଦୋକାନ ବଜାର ସହ ସରକାରୀ ଅଫିସ ବନ୍ଦ ରହିଛି ।ବନ୍ଦ ପୂର୍ବରୁ ଭଦ୍ରକ ସହରରେ ବିଜେପି ଯୁବମୋର୍ଚ୍ଚା ଶୋଭାଯାତ୍ର କରିଛି । ଦଳର ଏହି ବନ୍ଦ ଡାକରାକୁ ସହଯୋଗ ପାଇଁ ନିବେଦନ କରିଛି ବିଜେପି । ତେବେ ମମିତା ମେହେର ହତ୍ୟାକାଣ୍ଡ ପରଠୁ ବିଜେପି ପ୍ରତିବାଦ କରି ଆସୁଛି । ମହିଳା ମୋର୍ଚ୍ଚା ସହରରେ ବିକ୍ଷୋଭ କରିବା ସହ ଯୁବମୋର୍ଚ୍ଚା ମଧ୍ୟ ପୂର୍ବରୁ ବିକ୍ଷୋଭ ଓ ପ୍ରତିବାଦ କରିଥିଲା।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *