ଶ୍ରୀମନ୍ଦିର ପରିକ୍ରମାରେ ଡ୍ରେlନ ଉଡାଉ ଥିବା ଅଭିଯୋଗରେ ଜଣେ ଗିରଫ

ପୁରୀ ଶ୍ରୀମନ୍ଦିର ପରିକ୍ରମା ପରିସରରେ ଡ୍ରୋନ ଉଡାଉଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି | ପୁରୀ ଏସପି ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦେଶ କ୍ରମେ ସିଂହଦ୍ୱାର ଥାନା ସମେତ ଅନ୍ୟ ଏକ ସ୍ୱତନ୍ତ୍ର ଟିମ ଡ୍ରୋନ କୁ କାବୁ କରିବାରେ ସମର୍ଥ ହୋଇଥିଲେ। ଦୁଇଟି ଯାକ ଟିମ ପୁରୀ ଦୋଳମଣ୍ଡପ ସାହି ଜହ୍ନିମୁଣ୍ଡିଆ ଛକ ନିକଟରୁ ଡ୍ରୋନକୁ କାବୁ କରିଥିଲେ। କଟକର ମଧୁସୂଦନ ସରଙ୍ଗୀ ନାମକ ଜଣେ ଯୁବକ ଏହି ଡ୍ରୋନ କୁ ଉଡାଇଥିଲେ ବୋଲି ସିଂହଦ୍ୱାର ଥାନା ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *