ଅବୈଧ ଭାବରେ ଆତସବାଜି ରଖିବା ଓ ବିକ୍ରୟ ପାଇଁ ସଞ୍ଚୟ କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ
ସଦର ଥାନା ମାମଲା ନଂ–631/2025 ଧାରା- 288 BNS/5 Fire Works & Loud Speaker Act/9(b) Indian Explosive Act ଅନୁସାରେ, ଅବୈଧ ଭାବରେ ଆତସବାଜି ରଖିବା ଓ ବିକ୍ରୟ ପାଇଁ ସଞ୍ଚୟ କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।ଅଭିଯୁକ୍ତ: ମୋହନ ମହାରଣା (ବୟସ-55), ପିତା– ପାନୁ ମହାରଣା, ଗାଁ– କନ୍ଥପୁର, ଥାନା– ସଦର, ଜିଲ୍ଲା– ପୁରୀ । ଜବତ ସାମଗ୍ରୀ:ସ୍କାଇ ଶଟ – 60ଟି, ଗନପାଉଡର – 5 କି.ଗ୍ରା., ଜୁଟ ରସି – 8 ବଣ୍ଡିଲ୍, ପ୍ଲାଷ୍ଟିକ ଫ୍ଲାଟ ବାକେଟ – 2ଟି, ପୁଲିସ ଦଳ ଦ୍ୱାରା ଏହି ସାମଗ୍ରୀକୁ ଜବତ କରାଯାଇଥିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଯଥୋଚିତ ଆଇନି ଅନୁଯାଇ କାର୍ଯାନୁଷ୍ଠାନ କରାଯାଇଛି । ପୁରୀ ପୁଲିସ ପକ୍ଷରୁ ଆସନ୍ତା ପର୍ବ ସମୟରେ ଅବୈଧ ଭାବେ ଆତସବାଜି ଓ ବିସ୍ଫୋରକ ସଞ୍ଚୟ କରୁଥିବା ଲୋକଙ୍କ ବିରୋଧରେ ବିଶେଷ ଅଭିଯାନ ଚାଲିଛି । ସାଧାରଣ ଲୋକଙ୍କୁ ଅନୁରୋଧ, ଏପରି ବିସ୍ଫୋରକ ଜିନିଷ ସଞ୍ଚୟ କିମ୍ବା ବିକ୍ରୟ କରିବାରୁ ବିରତ ରୁହନ୍ତୁ ଓ ସନ୍ଦେହଜନକ କାର୍ଯ୍ୟ ଦେଖିଲେ ସ୍ଥାନୀୟ ପୁଲିସ ଓ ୧୧୨କୁ ଜଣାନ୍ତୁ ।
