ମଣିଷ ଭୁଲି ଯାଇଛି ମାନବିକତା, କରୁଛି ପଶୁ ଭଳି କାମ ।
Date – 21.8.25Place – ସୋରଡାମଣିଷ ଭୁଲି ଯାଉଛି ନିଜର ମାନବିକତା। ଦିନ କୁ ଦିନ ପଶୁ ଭଳି କାମ କରୁଛି । ଯାହାର ପ୍ରଭାବ ସାଧାରଣ ସମାଜ ଉପରେ ପକୃତି ଉପରେ ପଡେ । ଭାରତ ଗୋଟେ ହିନ୍ଦୁ ରାଷ୍ଟ୍ର ଯେଉଁଠି ଯଶୱି ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିନ୍ଦୁତ୍ବ ଓ ତାହାର ସଂସ୍କୃତି ଉପରେ ବେଶ୍ ଧ୍ୟାନ ଦେଇଛନ୍ତି । ଏବଂ ଏହି ହିନ୍ଦୁ ଧର୍ମ ରେ ସବୁ ପଶୁ ପକ୍ଷୀ ଙ୍କୁ କିଛି ଅଲଗା ମାନ୍ୟତା ଦିଆ ଯାଇଛି ଯେଉଁଥିରେ ଗାଈ ଶ୍ରେଷ୍ଟ ତେଣୁ ଗାଈ କୁ ଗୋ ମାତା ଭଳି ପୂଜା କରନ୍ତି । କିନ୍ତୁ କିଛି ଖଳ ପ୍ରକୃତିର ଲୋକ ମାନେ ଅଛନ୍ତି ଏହି ଗୋ ମାତା ବ୍ୟାପାର କରନ୍ତି ତାକୁ ଅମାନୁଷିକ ଭଳି କାଟି ବଜାର ରେ ବିକନ୍ତି । ଯାହାକୁ କେବଳ ହିନ୍ଦୁ ମାନଙ୍କ ମନରେ ନୁହଁ ପଶୁ ପ୍ରେମୀ ମାନଙ୍କ ମନରେ ମଧ୍ୟ ବହୁତ୍ ଆଘାତ ଦେଇଥାଏ । ବହୁତ୍ ସ୍ଥାନରେ ଗୋ ଚାଲାଣ ହେଉଥିବା ମଧ୍ୟ ହୁଏ ଯାହାକୁ ରୋକିବା ପାଇଁ କିଛି ସ୍ୱଚ୍ଛା ସେବୀ ସଂଗଠନ ଠୁ ଆରମ୍ଭ କରି ପ୍ରଶାସନ ପକ୍ଷରୁ ମଧ୍ୟ ଚେଷ୍ଟା କରନ୍ତି । ଆଜି ଏକ ନିରୀହ ପଶୁ ଷଣ୍ଢର ପିଠି ଉପରେ ଥିବା ଚୁଳକୁ କଟୁରୀରେ ହାଣି ପକାଇଲା ମଣିଷ ରୁପି ରାକ୍ଷାସ। ବିଚରା ନିରୀହ ପଶୁଟି ଯନ୍ତ୍ରଣାରେ ଛଟ ପଟ ହୋଇ ଶୋଇ ରହୁଛି। ତେବେ ଆକ୍ରମଣ କାରି କିଏ ଓ କାହିଁକି ଏଭଳି କାଣ୍ଡ ଘଟାଇଛି ତାହା ଜଣାପଡିନି।ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ସୋରଡ଼ା ସହରରେ। ଚାରିଦିନ ହେଲା ଷଣ୍ଢ ଟି ଖିଆ ପିଆ ଭୁଲି ଅସହ୍ୟ ଯନ୍ତ୍ରଣାରେ ଆଉଟୁ ପାଉଟୁ ହେଉଥିଲା। ଆଜି ସକାଳୁ ସହରର କିଛି ସ୍ବେଛାସେବୀ ଷଣ୍ଢ ଟିକୁ ଉଦ୍ଧାର କରି ତାହାର ଚିକିତ୍ସା କରାଇବା ପାଇଁ ଅଣ୍ଟା ଭିଡିଥିଲେ। ହେଲେ ମଣିଷକୁ ଦେଖିବା ମାତ୍ରେ ଷଣ୍ଢଟି ଭୟରେ ଏଣେ ତେଣେ ଦୌଡିବାକୁ ଲାଗିଲା।ସ୍ଥାନୀୟ ଲୋକେ ବନ ବିଭାଗ ଓ ପ୍ରାଣୀ ଚିକିତ୍ସକଙ୍କୁ ଖବର ଦେଇଥିଲେ। ଖବର ପାଇ ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଓ ସୋରଡ଼ା ପ୍ରାଣୀ ଚିକିତ୍ସକ ନିଜର ଟିମକୁ ସାଥିରେ ନେଇ ପହଞ୍ଚିଥିଲେ।ଷଣ୍ଢକୁ କାବୁ କରିବା ପାଈଁ ଉଦ୍ୟମ କରିବା ବେଳେ ଷଣ୍ଢ ଟି ସୋରଡ଼ା ଥାନା ପରିସର ଭିତରକୁ ପଶି ଯାଇଥିଲା।ସେଠାରେ ଷଣ୍ଢକୁ ଟ୍ରାଙ୍କୁଲାଇଜ କରିବା ପରେ ଚିକିତ୍ସା କରାଇଥିଲେ।ବର୍ତମାନ ଷଣ୍ଢଟିର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି।ସୋରଡ଼ା ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ, ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ, ପ୍ରାଣୀ ଚିକିତ୍ସକ ସତ୍ୟ ବିକ୍ରମ ତରାଇ ଓ ସ୍ଥାନୀୟ ସ୍ବେଛାସେବୀ ମାନେ ସହଯୋଗ କରୁଥିଲେ।
