ବକେୟା ୧୫ ଶହ ଟଙ୍କା ମାଗିବାରୁ ଟାଙ୍ଗିଆରେ ହାଣି ହତ୍ୟା
କାମାକ୍ଷାନଗର୨୧.୦୫.୨୦୨୫ଆଙ୍କର -ମାତ୍ର ୧୫ ଶହ ଟଙ୍କା ପାଇଁ ଗାଁ ଦାଣ୍ଡରେ ବିଭତ୍ସ ହତ୍ୟା। ବାକି ଟଙ୍କା ମାଗିବାରୁ ଟାଙ୍ଗିଆରେ ହାଣି ହତ୍ୟା କଲା ଅଭିଯୁକ୍ତ।ଏଭଳି ଲୋମ ହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କନ୍ଧବୋଲ ଗାଁରେ। ଗାଁର ବିମ୍ବାଧର ନାଏକକୁ ସେହି ଗାଁର ଗଙ୍ଗାଧର ପଧାନ ନିର୍ମମ ଭାବେ ହତ୍ୟା କରିଛି। ତେବେ ଅଭିଯୋଗ ଅନୁଯାୟୀ ବିମ୍ବାଧରଙ୍କ ଠାରୁ ଗଙ୍ଗାଧର ଘର ତିଆରି ପାଇଁ ଚିପ୍ସ ନେଇଥିଲେ। ଯାହାର ବକେୟା ୧୫ ଶହ ଟଙ୍କା ଗଙ୍ଗାଧର ୩ ବର୍ଷ ହେବ ବିମ୍ବାଧରଙ୍କୁ ଦେବା ପାଇଁ ଠକି ଆସୁଥଲେ। ଏ ନେଇ ବିମ୍ବାଧର ବାରମ୍ବାର କହିଥିଲେ ସୁଦ୍ଧା ଶୁଣିନଥିଲେ ଗଙ୍ଗାଧର। ଯାହାକୁ ନେଇ ବିମ୍ବାଧର କାମ ସାରି ଘରକୁ ଫେରୁଥିବା ବେଳେ ବକେୟା ଟଙ୍କା ମାଗିବାରୁ ଉତ୍ୟକ୍ତ ହୋଇ ଗଙ୍ଗାଧର ଟାଙ୍ଗିଆରେ ତାଙ୍କୁ ହାଣିଥିଲେ। ପରିବାର ଲୋକେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖବର ପାଇ କାମାକ୍ଷାନଗର ପୋଲିସ ପହଞ୍ଚି ଶବ ଜବତ କରିବାସହ ଅଧିକ ତଦନ୍ତ ଜାରି ରଖିଛି।
