କନ୍ଧମାଳ ଜିଲ୍ଲା ପ୍ରସିଦ୍ଧ ଅଧିଷ୍ଠାତ୍ରୀ ମାଁ ବରାଳଦେବୀଙ୍କ ମହାନବମୀ ପୂଜା ସମାପ୍ତ
କନ୍ଧମାଳ ଜିଲ୍ଲା ପ୍ରସିଦ୍ଧ ଅଧିଷ୍ଠାତ୍ରୀ ମାଁ ବରାଳଦେବୀଙ୍କ ମହାନବମୀ ପୂଜା ସମାପ୍ତ l
- ମାନସିକ ଧାରୀଙ୍କ ପ୍ରବଳ ଭିଡ଼ l
- ଶାନ୍ତି ଶୃଙ୍ଖଳାରେ ସମାପ୍ତ l
- ଦଶହରା ଯାତ୍ରା ଆରମ୍ଭ l
(ରିପୋର୍ଟ-ବୈଦ୍ୟନାଥ ବେହେରା)
ଫୁଲବାଣୀ:ନିପ୍ର:-୩୦/୦୯ କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ମାଁ ବରାଳଦେବୀ ମହାନବମୀ ପୂଜା ପରମ୍ପରା ରୀତିନୀତି ରେ ସମାପ୍ତ ହୋଇଯାଇଛି l ପୂର୍ବ ପ୍ରସ୍ତୁତି ଅନୁଯାଇ ମଙ୍ଗଳବାର ସନ୍ଧ୍ୟା ୭ ଘଣ୍ଟିକା ୫୧ ମିନିଟରୁ ୮ ଘଣ୍ଟିକା ୩୭ ମିନିଟ ମହେନ୍ଦ୍ର ବେଳା ସମୟରୁ ମାଁ ଙ୍କ ଏହି ମହାନବମୀ ପୂଜା ଆରମ୍ଭ ହୋଇଥିଲା l ମାଁ ଙ୍କୁ ଦର୍ଶନ କରିବା ପାଇଁ ଜିଲ୍ଲା ସମେତ ରାଜ୍ୟରୁ ମଧ୍ୟ ଏହି ମହାନବମୀ ପୂଜାରେ ମାନସିକ ଧାରୀଙ୍କ ଓ ଦର୍ଶକଙ୍କ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା l କାରଣ ଏହିଦିନ ମାଁ ଙ୍କ ଦର୍ଶନକଲେ ସମସ୍ତ ମାନସିକ ପୂରଣ ହୋଇଥାଏ ବୋଲି ଆହ୍ୱାନ କାଳରୁ ବିଶ୍ୱାସ ରହି ଆସିଛି l ମାଁ ଙ୍କ ଏଭଳି ମହିମା ଯେ ଏତେଭିଡ ସ୍ୱେତେ ଶାନ୍ତି ଶୃଙ୍ଖଳାରେ ଏହି ପୂଜା ସମାପ୍ତ ହୋଇଥିଲା l ମାଁ ଙ୍କ ପୀଠରେ ସବୁଦିନ ଭକ୍ତ ଓ ଦର୍ଶକଙ୍କ ଗହଳି ରହୁଥିବାରୁ ଦଶହରା ଯାତ୍ରା ଦୃଷ୍ଟିରେ ରଖି ୨୮ ତାରିଖ ଠାରୁ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଯାତ୍ରା ପରିଚାଳନା କମିଟି ପକ୍ଷରୁ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି l ସୂଚନା ଯୋଗ୍ୟଯେ ମାଁ ବରାଳଦେବୀ କାଁହୁ ଆବାହନ କାଳରୁ ଏହି ଵଲସକୁମ୍ପା ଠାରେ ଅବସ୍ଥାପିତ ହୋଇ ପୂଜା ପାଇ ରହିଛନ୍ତି l ଏହା ପୂର୍ବରୁ ଜିଲ୍ଲାର ବାଲିଗୁଡ଼ା ମହାସିଂ ଠାରେ କାକାବୁଡା (ମାଁ ଧୂଙ୍ଗିଆ ଦେଇ) ନାମରେ ରହି ଆଜିପର୍ଯ୍ୟନ୍ତ ପୂଜା ପାଇଁ ଆସୁଛନ୍ତି l ଏହି ମହାସିଂ ଅଞ୍ଚଳକୁ ସେହି ସମୟରେ ବଡ଼ଖେମୁଣ୍ଡି ରାଜାଙ୍କ ଶାସନ ଅଧିନରେ ଥିଲା l ମାଁ ଙ୍କ ଆଶୀର୍ବାଦରୁ ବଡ଼ଖେମୁଣ୍ଡି ରାଜା ବହୁତ ବଳବାନ ଥିଲେ l ସେତେବେଳେ ଗଞ୍ଜାମର ଭଞ୍ଜଦେବ ଗଜପତି ମହାରାଜ ବୌଦ୍ଧ ଗଡ଼କୁ ଆସିଥିଲେ ଓ ସେଠାରେ ଶାସନ ଦାୟିତ୍ୱ ନେଲେ l ମାଁ ଧୂଙ୍ଗିଆ ଦେଇ ମହିମା ଉପରେ ଜାଣିଲା ପରେ ବୌଦ୍ଧଗଡ଼କୁ ମାଁ ଙ୍କୁ ନେବାପାଇଁ ପ୍ରତ୍ୟେକ ଦିନ ନିଷ୍ଠାର ସହିତ ଭକ୍ତି କରି ତପସ୍ୟା କରୁଥିଲେ l ଭଞ୍ଜଦେବ ମହାରାଜାଙ୍କ ଭକ୍ତିରେ ସ୍ୱପ୍ନରେ ଦେଖାଦେଇ ବୌଦ୍ଧଗଡ଼ କୁ ଆସିବ ପାଇଁ ମାଁ ଧୂଙ୍ଗିଆ ଦେଇ କେତେକ ସର୍ତ୍ତ ମୂଳକ ନିୟମରେ ରାଜି ହୋଇଥିଲେ l କିନ୍ତୁ ଏସବୁ କଥାକୁ ବଡ଼ଖେମୁଣ୍ଡି ରାଜା ଜାଣି ପାରିବାରୁ ସେଠାରୁ ମାଁ ଙ୍କୁ ଛାଡ଼ି ନଥିଲେ l ଶେଷରେ ବଡ଼ଖେମୁଣ୍ଡି ରାଜା ଓ ଭଞ୍ଜଦେବ ରାଜାଙ୍କ ସହିତ ଘମାଘୋଟ ଯୁଦ୍ଧ ହୋଇଥିଲା ବଡ଼ଖେମୁଣ୍ଡି ରାଜାକୁ ଭଞ୍ଜଦେବ ରାଜା ପରାସ୍ତ କରି ସେହି ସର୍ତ୍ତ ମୂଳକ ନିୟମରେ ଗୋଟିଏ ମୂଖ୍ୟ ସର୍ତ୍ତ ଥିଲା ମହାସିଂରୁ ମତେ ନେଲାବେଳେ ସିଧା ବୌଦ୍ଧଗଡ଼କୁ ନେଇଯିବ ସେମିତି ନହେଲେ ମତେ ଯେତିକି ସ୍ଥାନରେ ରଖିବ ମୁଁ ସେହି ସ୍ଥାନ ଗୁଡ଼ିକରେ ବିଭିନ୍ନ ନାମରେ ପୂଜା ପାଇବି ବୋଲି ରାଜାଙ୍କୁ ମାଁ ନିର୍ଦେଶ ଦେଇଥିଲେ l ରାଜା ସମସ୍ତ ସର୍ତ୍ତକୁ ମାନି ମହାସିଂରୁ ଅର୍ଦ୍ଧରାତ୍ର ସମୟରେ ମାଁ ଙ୍କୁ ନେଇ ଆସିଲାବେଳେ ଅନ୍ୟ ମନସ୍କ ହୋଇ ବଲସକୁମ୍ପା ଠାରେ ବିଶ୍ରାମ ନେବାପାଇଁ ତଳେ ଥୋଇ ଦେଇଥିଲେ l ସେହିଦିନ ଠାରୁ ସେଠାରେ ପ୍ରସିଦ୍ଧ ଅଧିଷ୍ଠାତ୍ରୀ ମାଁ ବରାଳଦେବୀ ନାମରେ ପୂଜା ପାଇ ଆସୁଛନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ମତରୁ ପ୍ରକାଶ l ଅନ୍ୟ ପକ୍ଷରେ ମାଁ ଙ୍କୁ ନିଷ୍ଠା ଓ ଭକ୍ତିର ସହିତ ଯିଏ ଯେତେବେଳେ ଡାକିଛି ଓ ଯାହା ମାନସିକ ରଖିଛି ମାଁ ସେହି ମାନସିକ ପୂରଣ କରି ଆସୁଛନ୍ତି ବୋଲି ଚର୍ଚ୍ଚା ମଧ୍ୟ ରହିଛି l ବର୍ଷ ତମ ଯେତେ ସବୁ ପର୍ବ ପର୍ବାଣୀ ହେଉଛି ସମସ୍ତ ପର୍ବ ପର୍ବାଣୀରେ ମାଁ ନିକଟରେ ନିତି ନିୟମ ସଂସ୍କୃତି ପରମ୍ପରା ଅନୁଯାଇ ପୂଜା ହେଉଛି ସମସ୍ତେ ଏହାକୁ ମାନି ଚଳି ଆସୁଛନ୍ତି l ସେହିଭଳି ଦଶହରା ପର୍ବ ଦୃଷ୍ଟିରେ ରଖି ମାଁ ଙ୍କ ଠାରେ ବହୁ ଆଡମ୍ବରରେ ମହାନବମୀ ପୂଜା ହୋଇଥାଏ l ଆସିନ ଶୁକ୍ଲପକ୍ଷ ଦୁତୀୟାରେ ମାଁ ଙ୍କ ଖଣ୍ଡା ବସା ହୋଇ ପୂଜା ଚାଲିଥାଏ ଓ ମହାନବମୀରେ ପ୍ରମୁଖ ପୂଜା ହୁଏ l ଏହାର ୫ଦିନ ପୂର୍ବରୁ ଯାତ୍ରା ପରିଚାଳନା କମିଟି ତରଫରୁ ଦର୍ଶକ ମାନଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ସାନ୍ଧ୍ୟ ସମସ୍ୟାରେ ହୋଇ ଦଶମୀ ଦିନ ନାଟକ ପରିବେଷଣ ହୋଇଥାଏ l ମହାନବମୀ ରେ ଜନ ଗହଳି କୁ ଦୃଷ୍ଟିରେ ରଖି ଏଠାରେ ଶୃଙ୍ଖଳା ରକ୍ଷାପାଇଁ ଖଜୁରୀପଡ଼ା ଆଇ ଆଇ ସି ଚାପାଧରି ଯାନୀ ଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଥିଲା l ୨୮ତାରିଖରେ ଫୁଲବାଣୀ ବିଧାୟକ ଉମାଚରଣ ମଲିକ ମୂଖ୍ୟ ଅତିଥିଭାବେ ଯୋଗଦେଇ ମାଁ ଙ୍କୁ ଦର୍ଶନ କରି ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚକୁ ଉଦଘାଟନ କରିଥିଲେ l ଏଠାରେ ପୋଲିସ ପକ୍ଷରୁ ଫ୍ଲାକମାର୍ଚ୍ଚ ମଧ୍ୟ କରି ଶୃଙ୍ଖଳା ରକ୍ଷା ପାଇଁ ଜନ ସଚେତନ କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଥିଲା l ୨ ତାରିଖ ପର୍ଯ୍ୟନ୍ତ ପୋଲିସର ଏଥିରେ କଡ଼ା ନଜର ରହିବ ବୋଲି ସୁଚାରୁ ଜଣାପଡ଼ିଛି l
