ମଣ୍ଡେଇ ୨୦୨୫ କାନ୍ଥ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ
ନବରଙ୍ଗପୁର୦୬/୧୨/୨୦୨୫ ଲୁକ୍କାୟିତ ପ୍ରତିଭାର ପ୍ରଦର୍ଶନ ମଣ୍ଡେଇ ମହୋତ୍ସବ ୨୦୨୫ର ପାଳନ ଅବସରରେ ଆଜି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଆକର୍ଷଣୀୟ ଜିଲ୍ଲାସ୍ତରୀୟ କାନ୍ଥ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇଛି।ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲା କଲ୍ୟାଣ ଅଧିକାରୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସଫଳ ସମନ୍ୱୟରେ ପରିଚାଳିତ ହୋଇଥିଲା।ପ୍ରତିଯୋଗିତାକୁ ଛାତ୍ର ସ୍ତର ଓ ବୃତ୍ତିଗତ ସ୍ତର ନାମରେ ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା।ଉଭୟ ବିଭାଗରେ ସମଗ୍ର ନବରଙ୍ଗପୁର ଜିଲ୍ଲାରୁ ୧୦ ଜଣ ଲେଖାଏଁ ଉତ୍ସାହୀ ପ୍ରତିଯୋଗୀ ଛାତ୍ର ଏବଂ ବୃତ୍ତିଗତ ମୋଟ ୨୦ ଜଣ ଅଂଶଗ୍ରହଣ କରିଥିଲେ।ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମଣ୍ଡେଇ ମହୋତ୍ସବ ମଞ୍ଚ ରେ ପୁରସ୍କୃତ କରାଯିବ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ତପନ କୁମାର ଖୁଣ୍ଟିଆ ଯୋଗଦେଇ ପ୍ରତ୍ୟେକ କଳାକାରଙ୍କୁ ସେମାନଙ୍କ ଉଦ୍ୟମ ପାଇଁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସୃଜନଶୀଳ ଯାତ୍ରାକୁ ଆଗକୁ ବଢ଼ାଇବା ପାଇଁ ପରାମର୍ଶ ଦେଇଥିଲେ।ବିଚାରକ ମଣ୍ଡଳୀରେ ପଦ୍ମଲୋଚନ ବାରିକ,ଚିତ୍ରକଳା ଶିକ୍ଷକ, ଓଡିଶା ଆଦର୍ଶ ବିଦ୍ୟାଳୟ, ତେନ୍ତୁଳିଖୁଣ୍ଟି,ବିଶ୍ୱଜିତ୍ ଗିରି, ଚିତ୍ରକଳା ଶିକ୍ଷକ,ଓଏଭି, ପାପଡ଼ାହାଣ୍ଡି,ବସନ୍ତ ବେନିଆ, ଅବସରପ୍ରାପ୍ତ ଚିତ୍ରକଳା ଶିକ୍ଷକ ଉଭୟ ବିଭାଗର ଶ୍ରେଷ୍ଠ ତିନିଜଣ ଲେଖାଏଁ ବିଜେତା ଚୟନ କରିଥିଲେ।ଆସନ୍ତା ୮ ଡିସେମ୍ବର ରେ ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ରେ ମେହେନ୍ଦି ପ୍ରତିଯୋଗିତାରେ ସମସ୍ତଙ୍କୁ ଯୋଗଦାନ କରିବା ନିମନ୍ତେ ଅନୁରୋଧ କରାଯାଉଅଛି।
