ମଣ୍ଡଳ କମିଶନ ଅଧ୍ୟକ୍ଷ ବି.ପି ମଣ୍ଡଳଙ୍କ ୧୦୩ ତମ ଜନ୍ମ ଜୟନ୍ତୀ ପାଳିତ

କଳାହାଣ୍ଡି: ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟଳୟ ଭବାନୀପାଟଣା ଠାରେ ରାଜ୍ୟ ସ୍ତରୀୟ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଶାଖା ପକ୍ଷରୁ ବିହାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମଣ୍ଡଳ କମିଶନ ଅଧ୍ୟକ୍ଷ ବେନ୍ଦେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ୧୦୩ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି। ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓଡ଼ିଶା ରାଜ୍ୟ ସଭାପତି ଜଗଦୀଶ ଯାଦବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଜନ୍ମ ଜୟନ୍ତୀ ଅବସରରେ ସମ୍ମାନୀତ ଅତିଥି ଭାବେ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ଅବସପ୍ରାପ୍ତ ଅନୁବିଭାଗ ଅଧିକାରୀ ଡମ୍ବରୁ ଧର ମାଝୀ, କ୍ରାନ୍ତି ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଆଇନ୍ ଯିବି ରିଷିସୁଦନ ଛାତ୍ରପାଲ, ପଶ୍ଚିମ ଓଡ଼ିଶା ଯାଦବ ବିକାଶ ପରିଷଦ କଳାହାଣ୍ଡି ଜିଲ୍ଲା ସଭାପତି ତୁଳମଣି ନାଗ, ଆର୍.ଏମ୍.ବି.କେ.ଏସ. କଳାହାଣ୍ଡି ସାଧାରଣ ସମ୍ପାଦକ ସୁରେଶ ଚନ୍ଦନ ଉପସ୍ଥିତ ରହି ମଣ୍ଡଳ କମିଶନକୁ ନେଇ ବକ୍ତବ୍ୟ ରଖିଥିଲେ। ୨୦ ଡିସେମ୍ବର ୧୯୭୮ ମସିହାରେ ଭାରତୀୟ ସମ୍ବିଧାନର ଅନୁଛେଦ ୧୫(୪)-୧୬(୪) ଏବଂ ଅନୁଛେଦ ୩୪୦ଅନୁଯାୟୀ ବିନ୍ଦେଶ୍ୱରୀ ପ୍ରସାଦ ମଣ୍ଡ ମଣ୍ଡଳ କମିଶନ ର ଅଧ୍ୟକ୍ଷ ରହିଥିଲେ ୧୯୬୮ ମସିହାରେ ବିନ୍ଦେଶ୍ଵରୀ ପ୍ରସାଦ ମଣ୍ଡଳ ବିହାର ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଦିତ୍ୟ ହଂସ ଯାଦବ,କମଳା କାନ୍ତ ଖର୍ସେଲ, କରୁଣା ଚଣ୍ଡି, ଅଶୋକ ଗୋଉଡ, କଲିମ୍ ମୂଲ୍ଲଖାନ ,ଯୁବରାଜ ଛତ୍ରିଆ, ସିମାଞ୍ଚଲ ନାଏକ, ନିରଞ୍ଜନ ନାଏକ, ଠାକୁର ମଙ୍ଗରାଜ, ମହେନ୍ଦ୍ର ଧଙ୍ଗଡା ମାଝୀ ପ୍ରମୁଖ ଉପସ୍ଥିତି ଥିବା ବେଳେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା କଳାହାଣ୍ଡି ସାଧାରଣ ସମ୍ପାଦକ ଆଦିତ୍ୟ ହଂସ ଯାଦବ ଉକ୍ତ ସଭା ପରିଚାଳନା କରିଥିଲେ।

ରିପୋର୍ଟ- ତୁଳମଣି ନାଗ, କଳାହାଣ୍ଡି

Leave a Reply

Your email address will not be published. Required fields are marked *