ମଣ୍ଡଳସ୍ତରୀୟ ବାଲ ବୈଜ୍ଞାନିକ ପ୍ରର୍ଦଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ।

ରଘୁନାଥପୁର ତା ୨୨/୧୧:-ରଘୁନାଥପୁର ଶିକ୍ଷାମଣ୍ଡଳ ଅଧିନ ଗନାଇଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଷରରେ ଶନିବାର ମଣ୍ଡଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରର୍ଦଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପୂର୍ବାହ୍ନନରେ ମଧୁସ୍ମିତା ପତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ମିଶନଶକ୍ତିର ଯୁଗ୍ମସଚିବ ଶୈଳେନ୍ଦ୍ର କୁମାର ଜେନା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ଏଥିରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ଡାଇଟର ପ୍ରିନସିପାଲ ରମେଶ ଚନ୍ଦ୍ର ମଲ୍ଲିକ ଯୋଗଦେଇ ବୈଜ୍ଞାନିକ ପର୍ଦଶନୀ କୁନି ପିଲାମାନଙ୍କ ମାନସିକ ଓ ଭୈତିକ ଚେତନାକୁ ବୣଦ୍ଧିକରିଥାଏବୋଲି କହିଥିଲେ।ମୁଖ୍ୟବକ୍ତା ଜଗତସିଂହପୁର ଅତିରିକ୍ତ ଶିକ୍ଷାଅଧିକାରୀ ସୁଶାନ୍ତ କୁମାର ମହାନ୍ତି,ସମ୍ମାନିତ ଅତିଥି ଜଗତସିଂହପୁର ଜିଲ୍ଲାପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠୀ ସମ୍ମାନିତ ଅତିଥି ଅମିୟ ଭାୟା, କ୍ଷିତିଶ୍ ଚନ୍ଦ୍ର ପାତ୍ର, ବିଜୟ କୁମାର ତ୍ରିପାଠୀ, ଅକ୍ଷୟ ମିଶ୍ର ଯୋଗଦେଇଥିଲେ।ଏଥିରେ ମଞ୍ଚପରିଚାଳନା କରିଥିଲେ ଯଜ୍ଞବଳ୍କ ମିଶ୍ର,ଅତିଥି ପରିଚୟ ପ୍ରଦାନକରିଥିଲେ ଶିକ୍ଷକ ସଂଙ୍ଘସଭାପତି ଦେବାଶିଷ ବେହେରା, ରଘୁନାଥପୁର ସହଶିକ୍ଷା ଅଧିକାରୀ ଆସୁତୋଷ ବାନାର୍ଜୀ ଓ ଗନାଇଲୋ ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ସାହୁ, ଧନ୍ୟବାଦ ଦେଇଥିଲେ।ବିରୁପାକ୍ଷ ସେଠି,ସହଯୋଗ କରିଥିଲେ ତରୁଣ କୁମାର ଜେନା, ଭାସ୍କର ମୁଦୁଲି, ରବିନାରାୟଣ ତା,ଉମେଶ ନାୟକ, ଶାନ୍ତନୁ ପାତ୍ର, ଜୟପ୍ରକାଶ ପଣ୍ଡା। ଏଥିରେ ଗୁଆଳିପୁର ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ଶିକ୍ଷକ ରାଜକିଶୋର ସାହୁ ଓ ପ୍ରଧାନ ଶିକ୍ଷ ପ୍ରତାପ କୁମାର ଜେନା ଙ୍କୁ ସମ୍ମାନିତ କରାଯାଇଥିଲା।

ଅପରାହ୍ନ ରେ ଆସୁତୋଷ ବାନାର୍ଜୀଙ୍କ ସଭାପତିତ୍ୱ ରେ ଏହାର ଉଜାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟଅତିଥି ଭାବେ ତିର୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ,ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା,ଜିଲ୍ଲା ପରିଷ ଇତିଶ୍ରୀ ମଲ୍ଲିକ,ରିନାରାଣୀ ମଲ୍ଲିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଜତ କୁମାର ପାତ୍ର, ଛପଡା ସରପଞ୍ଚ ଅମିତା ଖୁଣ୍ଟିଆ,ଗୁଆଳିପୁର ସରପଞ୍ଚ ମନୋଜିନୀ ସାହୁ,ତାରପୁର ପ୍ରାକ୍ତନ ସମିତି ସଭ୍ୟ ଅନ୍ତର୍ଯ୍ୟାମୀ ରାଉତ ପ୍ରମୁଖ ଯୋଗଦେଇ ଥିଲେ।ଏଥିରେ ଅତିଥି ପରିଚୟ ପ୍ରଦାନ କରିଥିଲେ ନିର୍ମେଳେନ୍ଦୁ ସୋମ,ଧନ୍ୟବାଦ ଦେଇଥିଲେ ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ସାହୁ ଓ କୁଶମଲ୍ଲିକ।ଜାତୀୟ ସ୍ତରକୁ ଯାଇଥବା ଶିକ୍ଷୟତ୍ରୀ ଙ୍କୁ ବିଧାୟକ ସମ୍ମାନିତ କରିଥିଲେ।୩୦ ପ୍ରକ୍ଳପକୁ ମୁଖ୍ୟ ଅତିଥି ଙ୍କ ଦ୍ବାରା ସିଲପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *