ନୂଆଗାଁ ବ୍ଲକରେ ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ନୂଆଗାଁ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ୨୯ ତମ ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବ ରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତିମୟୀ ଶୁଭଦର୍ଶୀନୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୃତ କୁମାର ରାଉଲ୍, ତହସିଲଦାର ହେମନ୍ତ କୁମାର ନାୟକ,ଜିଲ୍ଲା ବିଜ୍ଞାନ ପରିଚାଳକ ଶରତ କୁମାର ସାହୁ ,ସାଂସଦ ଙ୍କ ପ୍ରତିନିଧି ଭୀମସେନ ସେଠୀ,ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ବିଜ୍ଞାନ ମେଳାରେ ୧୧୮ ଟି ପ୍ରକଳ୍ପ ନେଇ ବ୍ଲକ୍ ରୁ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ।ବ୍ଲକ୍ ଶିକ୍ଷା ଅଧିକାରୀ ତଥା ବିଜ୍ଞାନ ମେଳା କମିଟି ସଭାପତି ଭକ୍ତି ବିନୋଦ ସଲ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଦୈନନ୍ଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳବେହେରା,ନୂଆଗାଁ ସରପଞ୍ଚ ଅମିତା ପରିଡ଼ା, ପାରାଢିପି ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ, ଏ ବି ଇ ଓ ଜ୍ୟୋସ୍ନାରାଣୀ ସେଠୀ,କବିତା କୁମାରୀ ଦାଶ,ନୂଆଗାଁ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଭୀମସେନ ଦାସ ପ୍ରମୁଖ ଯୋଗ ଦେଇଥିଲେ।

୭ ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ବେଳେ ବିଚାରକ ଭାବେ ପ୍ରତାପ କୁମାର ଶତପଥୀ,ସସ୍ମିତା ଦାସ ଯୋଗ ଦେଇଥିଲେ।ବ୍ଲକ୍ ସ୍ତରରେ ତୃତୀୟ ରୁ ପଞ୍ଚମ ଶ୍ରେଣୀ ମଧ୍ୟରେ କୁନି ବୈଜ୍ଞାନିକ ଆଦ୍ୟସା ପ୍ରିୟଦର୍ଶିନୀ,ଦୁର୍ଗାପ୍ରସାଦ ସେଠୀ,ଶୁଭଙ୍କର ସାହୁ ଏବଂ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା କୁନି ବୈଜ୍ଞାନିକ ରାଜଲକ୍ଷ୍ମୀ ଓଦନ୍ଦରା, ଜେଫତ ମାଝୀ,ଶିବାନୀ ପ୍ରଧାନ, ଶକ୍ତି ପ୍ରକାଶ ନାୟକ,ବିଶ୍ବଭୂଷଣ ହରିଚନ୍ଦନ, ଲୋପାମୁଦ୍ରା ପ୍ରଧାନ,ବିକ୍ରମ ତ୍ରିପାଠୀ ଙ୍କୁ ମୁଖ୍ୟ ଅତିଥି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପୁରସ୍କାର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ବିନାୟକ ପରିଡ଼ା,ସି ଆର୍ ସି ସି ଶ୍ରୀନିବାସ ରଥ ,କୈଳାଶ ନାୟକ ,ଶିକ୍ଷୟତ୍ରୀ କବିତା ପ୍ରଧାନ ପରିଚାଳନା କରିଥିବା ବେଳେ ବିଜ୍ଞାନ ମେଳା ର ବିଭିନ୍ନ କମିଟିରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *