ମଣ୍ଡଳ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିମାପଡା (ନିବେଦିତା ତୀର୍ଥକ୍ଷେତ୍ର) ନିମାପଡା ସ୍ଥିତ ଟାଉନ ହଲ ପରିସରରେ ମଣ୍ଡଳ ସ୍ଥରୀୟ ପ୍ରତିଭା ଅନ୍ୱେଷଣ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ଉଦଘାଟନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ମାଧବ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ ତ୍ରିଲୋଚନ କର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଭାଗ୍ୟଧର ପ୍ରଧାନ ,ନିର୍ମଳ କୁମାର ମିଶ୍ର ,ଦେବାଶିଷ ପତି ,ପ୍ରାକ୍ତନ ବିଇଓ ଚିତ୍ତରଞ୍ଜନ ସ୍ୱାଇଁ ଯୋଗଦେଇଥିବା ବେଳେ ପ୍ରତାପ ସାବୁତ ଧନ୍ୟବାଦ ଅର୍ପଣ କରିଥିଲେ । ନିମାପଡା ବ୍ଲକର ୨ ଶହରୁ ଉର୍ଦ୍ଧ୍ବ ସ୍କୁଲର ୧୨ ବିଭାଗ ସିନିୟର୍,ଜୁନିୟର ଓ ସବଜୁନିୟର ରେ ୭୦୮ ଜଣ ଛାତ୍ର ଛାତ୍ରୀ ନାମ ପଞ୍ଜିକରଣ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଡିବେଟ ,କୁଇଜି ,ସୁଜନଶୀଳ ଲିଖନ ,ଗୀତ ଓ ଚିତ୍ରଙ୍କନ ପ୍ରତିଯୋଗିତା କରାଯାଇଥିଲା ।ପରେ କୃତି ପ୍ରତିଭା ମାନଙ୍କୁ ପ୍ରମାଣପତ୍ର ପଦାନ ପୂର୍ବକ ସମ୍ନାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିବାବେଳେ ,ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *